ବରଗଡ଼ : ରବିବାର ସଂଧ୍ୟାରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି ।ସଂଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆକୁ ପହଂଚିଥିଲା ।ସେଠାରେ ରାଜ ପୁରୋହିତ ଦଶ ଦିଗପାଲଙ୍କୁ ପୂଜା କରି ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ରବିବାର ସଂଧ୍ୟାରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି । ମାର୍ଗଶୀର ଶୁକ୍ଳ ପକ୍ଷ ପଂଚମୀ ତିଥି ଅବସରର ଶୁଭ ବେଳାରେ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆକୁ ପହଂଚିଥିଲା । ସାଂସ୍କୃତିକ ଶୋଭାଯାତ୍ରାରେ ଅଲେଖ ସାହୁ ଏବଂ ଦଳଙ୍କ ସଂଚାର, ଅଇଁଲାମୁଣ୍ଡାର ନିଳକଣେwଶ୍ୱର ସଂପ୍ରଦା ଦଳ , ବଡକର୍ଲେର ବୀର ବଜରଙ୍ଗ ସଂପ୍ରଦା ମଣ୍ଡଳୀ, ଡୁଙ୍ଗୁରୀପାଲିର ସମଲେଶ୍ୱରୀ ଦୁଲଦୁଲି ବାଦ୍ୟ , ରେଶମର ସଂପ୍ରଦା ଏବଂ ବ୍ୟାଣ୍ଡ ପାର୍ଟୀ ଆଦି ସାମିଲ
ହୋଇଥିଲେ ।

LEAVE A REPLY

Please enter your comment!
Please enter your name here