ନିମାପଡା,୨୦ା୫ା :ମଙ୍ଗଳବାର ରାତ୍ରରେ ଅମ୍ପାନ ଯୋଗୁଁ ପବନ ଓ ବର୍ଷା ଲାଗିରହିଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଜଣ ଲୁଟେରା ରାତ୍ର ୨ଟା ସମୟରେ ନିମାପଡା ଥାନା ହରିଶପୁର ଠାରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଏଟିଏମ୍କୁ ଭାଙ୍ଗିି ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରୁ ପୁଲିସ ହାତରେ ଧରା ପଡିଛନ୍ତି ଲୁଟେରା ଦ୍ୱୟ ।ପ୍ରକାଶ ଯେ,ହରିଶପୁର ଠାରେ ଥିବା ବରୋଦା ବ୍ୟାଙ୍କର ଏଟିଏମ୍ କାଉଂଟରକୁ ଭଙ୍ଗାଯାଉଥିବା ନେଇ ବ୍ୟାଙ୍କ ପକ୍ଷରୁ ନିମାପଡା ପୁଲିସକୁ ସୂଚନା ଦିଆଯାଇଥିଲା ।

ସଙ୍ଗେ ସଙ୍ଗେ ପୁଲିସ ଘଟଣା ସ୍ଥଳରେ ପହଂଚି ଜଟଣୀ ଥାନା ଅନ୍ତର୍ଗତ ଜାଆଁଳା ମଠସାହିର ବିଷ୍ଣୁପ୍ରସାଦ ମହାପାତ୍ର (୨୭) ଓ ବିଷ୍ଣୁପ୍ରସାଦ ସ୍ୱାଇଁ(୨୮) ନାମକ ୨ ଲୁଟେରାକୁ ଗିରଫ କରିଥିଲା ।ଲୁଟରା ଦ୍ୱୟ ଟଙ୍କା ଲୁଟ କରିବା ପାଇଁ ଉକ୍ତ ବ୍ୟାଙ୍କର ଏଟିଏମ୍ ମେସିନ,ଡୋର,ସିସିଟିଭି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଭାଙ୍ଗି ନଷ୍ଟ କରି ଦେଇଛନ୍ତି ।ନଷ୍ଟ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଏସଂପର୍କରେ ବ୍ୟାଙ୍କର ହେଡ ବିଜୟ କୁମାର ପାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି ।ପୁଲିସ ୨ ଲୁଟେରାକୁ ଗିରଫ କରି ତାଙ୍କୁ ପ୍ରଥମେ କୋଭିଡ-୧୯ ଟେଷ୍ଟ ପାଇଁ ଆଜି ମେଡିକାଲକୁ ପଠାଇଛି ।ଟେଷ୍ଟ ରିପୋର୍ଟ ମିଳିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here