କଟକ: ଦିନକୁ ଦିନ କଟକ ବାଲିଯାତ୍ରା ବିବାଦ ତେଜିବାରେ ଲାଗିଛି। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ବ୍ୟବସାୟୀ ସଂଘ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡିଛି। କୌଣସି ମତେ ମଧ୍ୟ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ବ୍ୟବସାୟୀ ସଂଘ କହିଛି। ଯଦି ବିଧାୟକ ଚାହିଁବେ ତେବେ ଆଲୋଚନା କରିବୁ ବୋଲି ବ୍ୟବସାୟୀ ସଂଘ କହିଛି। ସେପଟେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଷ୍ଟଲ ପାଇଁ ଲାଗିଥିବା ଟେଣ୍ଟ୍‌ ଗୁଡ଼ିକୁ ବ୍ୟବସାୟୀମାନେ ଖୋଲି ଦେଇଛନ୍ତି। ହାତରେ ମାତ୍ର ଆଉ ୫ଦିନ ଥିବାରୁ ଏତେ କମ୍ ସମୟରେ ଟେଣ୍ଟ୍‌ ହାଉସ ବାନ୍ଧିବା ସମ୍ଭବପର ନୁହେଁ ବୋଲି ଟେଣ୍ଟ୍‌ ହାଉସ୍‌ ବ୍ୟବସାୟୀ କହିଛନ୍ତି। ପ୍ଲଟ୍‌ ବଣ୍ଟନକୁ ନେଇ ପ୍ରଶାସନ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେବେ ଦୀର୍ଘ ଦିନର ଆଲୋଚନା ପରେ ବିବାଦର ସମାଧାନ ହୋଇଥିବାବେଳେ, ଦୋଳିକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଥିଲା।

nalco

LEAVE A REPLY

Please enter your comment!
Please enter your name here