ବାଲିଗୁଡା : ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଲାଗି ରହିଥିଲା ଯୋଗୁଁ ଲକ ଡାଉନ ପରିସ୍ଥିତି ଉପୁଜିଛି, ଯାହା ଫଳରେ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ବିଭିନ୍ନ ଗ୍ରାମାଞ୍ଚଳ ରେ ଦିନକୁ ଦିନ ବଢ଼ି ଚାଲିଛି ଦେଶୀ ମଦ କାରବାର ।

ଏ ନେଇ ବାଲିଗୁଡା ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ବେଳେ ବାଲିଗୁଡା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ବାଲିଗୁଡା ବ୍ଲକର କଟପଡ଼ି, ଇନ୍ଦିରାଜା ଓ କଟାରି ସାହିରେ ଅଚାନକ ଚଢ଼ାଉ କରି 4000ଲିଟର ରୁ ଉର୍ଦ୍ଧ୍ବ ପୋଚ ସହ ୧୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମହୁଲି ମଦ ଜବତ କରି ନଷ୍ଟ  କରିଛନ୍ତି।

ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ଡ଼ିଏସପି ମନୋଜ କୁମାର ପୂଜାରୀ ଉକ୍ତ ତିଆରି କରାଯାଉ ଥିବା ଭାଟିକୁ ଭାଙ୍ଗିବା ସହ ହାଣ୍ଡି, ପ୍ଲାଷ୍ଟିକ ଜାର, କାଠ, ଜବତ କରି ମଦ ରାନ୍ଧୁଥିବା ବ୍ୟକ୍ତିଙ୍କ  ନାମରେ ୧୦୧, ୧୦୨ / ୨୦୨୦ ରେଏକ  ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉରେ ଡ଼ିଏସପି ମନୋଜ କୁମାର ପୂଜାରୀ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଏସଆଇ. ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସମେତ ଥାନା କର୍ମଚାରୀ ଓ ଭଗାମୁଣ୍ଡା ନାରୀସଂଘର ସମସ୍ତ ସଭ୍ୟା ଉପସ୍ଥିତ ରହି ଚଢ଼ାଉରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here