ବାଲିଗୁଡ଼ା : ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକ ହାଇଦ୍ରାବାଦର ଏକ ଘରୋଇ କଂମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ପାରିନଥିଲେ ।
ସରକାର ନିୟମରେ କୋହଳ କରିବାପରେ କଳାହାଣ୍ଡି ଜିଲ୍ଲାର ୨୩ଜଣ ଶ୍ରମିକ ହାଇଦ୍ରାବାଦରୁ ଏକ ବସ୍ ଭଡ଼ା କରି ବାହାରିଥିଲ ଭିଟାମାଟି ଅଭିମୁଖେ । TS 08 UB-7800 ନମ୍ବର  ବସ୍ ରେ ଆସିବାବେଳେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟରେ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ଏବଂ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ନିକଟରେ ଥିବା ନାକାରେ ଡିୟୁଟି କରୁଥିବା ପୋଲିସ୍ କର୍ମଚାରୀ ଥାନା ଅଧିକାରୀଙ୍କୁ ଜଣାଇଥିଲେ ।
ଖବରପାଇ ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଡିଏସପି ମନୋଜ କୁମାର ପୁଜାରୀ ଘଟଣାସ୍ଥଳରେ ପହଁଚିଥିଲେ l ଏଥିସହିତ ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ସମେତ ରାଜ କିଶୋର ପାଢ଼ୀ,ରଞିତ୍ କୁମାର ମହାନ୍ତି ପ୍ରମୁଖ ପହଞ୍ଚି ମେକାନିକ୍ ଡକାଇ ବସ୍  ମରାମତି କରାଇବାରେ ସହଯୋଗ କରିବା ସହ ପ୍ରବାସୀଙ୍କୁ ଜଳଖିଆ,ବିସ୍କୁଟ୍ ,ଥଣ୍ଡା ପାନୀୟ ଆଦି ସାମଗ୍ରୀ ଦେଇଥିଲେ । ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇଥିବା ସହ ସୁରକ୍ଷିତ ଭାବରେ ପ୍ରବାସୀଙ୍କୁ ନିଜ ଗାଁ କୁ ପଠାଇଥିବାରୁ  ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତ ପ୍ରବାସୀ ।

LEAVE A REPLY

Please enter your comment!
Please enter your name here