ଭୁବନେଶ୍ୱର : କଟକର ଐତିହାସିକ ବାଲିଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା ସଂଧ୍ୟାରେ ବାଲିଯାତ୍ରାର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟବିଧାୟକ ଦେବାଶିଷ ସାମନ୍ତରାୟ , ପ୍ରଭାତ ବିଶ୍ୱାଳ , ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଯାତ୍ରା ପାଇଁ କଟକ ସହର ଚଳଚଂଚଳ ହୋଇଉଠିଛି । ପ୍ରତିବର୍ଷ କାର୍ତିକ ପୂର୍ଣ୍ଣିମା ଦିନ ଏହି ଗଣପର୍ବର ଅ ।ୟୋଜନ କରାଯାଇଥାଏ । ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ନିଜ ବୋଇତରେ ବେପାର ବଣିଜ କରିବାକୁ ଯାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ଦେଶକୁ ଯାଉଥିଲେ । ସେଠାରୁ ଫେରିବା ପରେ ନଦୀ ପଠାରେ ସେଠାରୁ ଆଣିଥିବା ସାମଗ୍ରୀ ଗୁଡିକୁ ବିକ୍ରି କରୁଥିଲେ । ଯାହାର ସ୍ମୃତିରେ ଉପକୂଳ ଅଂଚଳମାନଙ୍କରେ ବାଲିଯାତ୍ରାର ଅ ।ୟୋଜନ କରାଯାଇଥାଏ । ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏଥର ୧୩ ଶହରୁ ଅଧିକ ଷ୍ଟଲ୍ ପଡିଛି । ସେଥିମଧ୍ୟରୁ ୩୫୦ଟି ଓରମାସ୍ ର ଷ୍ଟଲ ରହିଛି । ଘରକରଣା ସାମଗ୍ରୀଠାରୁ ଅ ।ରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଇବା ଠାରୁ ନେଇ ଘର ସଜାଇବା ପର୍ଯ୍ୟନ୍ତ ସମସ୍ତ ଜିନିଷ ଏଠାରେ ଉପଲବ୍ଧ ହୋଇଥାଏ । ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ତ୍ରିଶୁଳିଅ । ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ପୂରା ପଡ଼ିଅ ।ରେ ସାଦା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି । ଏହା ସହ ସିସିଟିଭି ନଜରରେ ରହିବ ମହାନଦୀ ପଠା ।

Loading...

LEAVE A REPLY

Please enter your comment!
Please enter your name here