ବାଲେଶ୍ୱର-ବାଲେଶ୍ୱର ସହରର ଶୋଭାରାମପୁର ରାସ୍ତାରେ ଥିବା ରେଳଲାଇନ୍‍ ଉପରେ ଓଭରବି୍ରଜ୍‍ କାମ ଚାଲୁଥିବା ବେଳେ ହଠାତ୍‍ ଏକ ଲୁହା ବିମ୍‍ ଖସି ପଡ଼ିବାରୁ ବିଦୁ୍ୟତ୍‍ ତାର ଛିଡ଼ି ଦୀର୍ଘ ୫ଘଣ୍ଟା ଧରି ଟ୍ରେନ୍‍ ଚଳାଚଳ ବନ୍ଦ ହୋଇଯାଇଥିଲା । ରେଳଲାଇନ ପରିସରରେ କୌଣସି ବ୍ୟକ୍ତି କିମ୍ବା ଶ୍ରମିକ ନଥିବାରୁ କାହାରି କୌଣସି କ୍ଷତି ଘଟିନାହିଁ । ଘଟଣାରୁ ପ୍ରକାଶ ଓଟି ରୋଡ଼ରୁ ଶୋଭାରାମପୁର ଆଡ଼କୁ ଯାଇଥିବା ରାସ୍ତାର ରେଳଲାଇନ୍‍ ଉପରେ ଓଭରବି୍ରଜ୍‍ ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ କ୍ରେନ୍‍ ସାହାଯ୍ୟରେ ବି୍ରଜ୍‍ ଉପରକୁ ଏମ ଲୁହା ବିମ ଉଠାଇବା ବେଳେ ଗୋଟିଏ ବିମ୍‍ ତଳକୁ ଖସିପଡ଼ି ବିଦୁ୍ୟତ୍‍ ତାର ଛିଡ଼ିଯିବା ସହ ରେଳଲାଇନ୍‍ ଉପରେ ବିମ୍‍ଟି ପଡ଼ି ରହିଥିଲା । ଏହି ଦୁର୍ଘଟଣା ସମୟରେ ବିମ ଖସିପଡ଼ିଥିବା ସ୍ଥାନରେ କୌଣସି ବ୍ୟକ୍ତି ନଥିବାରୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି । ବିଦୁ୍ୟତ୍‍ ତାର ଛିଡ଼ିପଡ଼ିବା ଯୋଗୁଁ ପୂର୍ବାହ୍ନ ୧୧.୩୦ ଠାରୁ ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଖଡଗ୍‍ପୁର-ଭୂବନେଶ୍ୱର ମଧ୍ୟରେ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଭୂବନେଶ୍ୱରରୁ ଛାଡ଼ିଥିବା ଟ୍ରେନ୍‍ ଗୁଡ଼ିକ କପିଳାସ ରୋଡ଼୍‍, ବୈରୀ,ଧାନମଣ୍ଡଳ,ଯାଜପୁର-କେନ୍ଦୁଝରରୋଡ଼,ମଞ୍ଜୁରୀରୋଡ଼୍‍, ଭଦ୍ରକ, ସୋର ଆଦି ଷ୍ଟେସନରେ ଅଟକି ଥିବାବେଳେ ଖଡ଼ଗ୍‍ପୁର ଆଡ଼ୁ ଛାଡ଼ିଥିବା ଅପ୍‍ଟ୍ରେନ୍‍ ଗୁଡ଼ିକ କଣ୍ଟେଇରୋଡ଼୍‍,ଲକ୍ଷ୍ମଣନାଥ,ଜଳେଶ୍ୱର,ବସ୍ତା ଓ ରୁ«ା ଆଦି ଷ୍ଟେସନ୍‍ ମାନଙ୍କରେ ଅଟକି ରହିଥିଲା । ଖବର ପାଇ ରେଳବିଭାଗର ବରିଷ୍ଟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରେଳଲାଇନ୍‍ ଉପର ଦେଇ ଯାଇଥିବା ବିଦୁ୍ୟତ୍‍ ତାର ମରାମତି କରିବା ସହ ବି୍ରଜ୍‍ରେ ଲାଗିଥିବା ସମସ୍ତ ବିମ୍‍ ହଟାଇବା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହେବା ସହ ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ, ପୋଲିସ୍‍ ଅଧିକାରୀଙ୍କ ଭିଡ଼ ଲାଗିଥିବାର ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here