ବାଲେଶ୍ୱର-ଉକ୍ରଳୀୟ ଝୋଟି ବିଶ୍ୱ ତଥା ଭାରତର ସମସ୍ତ ପାରମ୍ପାରିକ ଭୂ ଅଳଙ୍କରଣରୁ ନିଆରା ଓ ନିଜସ୍ୱ । ଏହା ଓଡିଶାର ଏକ ସର୍ବ ପୁରାତନ କଳା, ସଂସ୍କୃତି, ପ୍ରଥା ଓ ପରମ୍ପରା ଭାବେ ପ୍ରତିଷ୍ଠିତ । ଏହାକୁ ଉଜ୍ଜିବିତ ରଖି ଅଧିକ ପ୍ରଚାର ପ୍ରସାର ଓ ବିକାଶ ପାଇଁ ବାଲେଶ୍ୱରରେ ଉକ୍ରଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ଗତ ୨୦୧୪ରୁ ଆରମ୍ଭ ହୋଇଛି ଓଡିଶାର ଏକମାତ୍ର ଝୋଟି ମହୋତ୍ସବ । ଏହା ପ୍ରତି ବର୍ଷ ମାର୍ଗଶୀର ମାସ ୪ର୍ଥ ଗୁରୁବାର ପର ପାଳି ଗୁରୁବାର ଦିନ ଆୟୋଜନ କରାଯାଏ । ଏଥିରେ ଝୋଟିର ପ୍ରତିଯୋଗିତା, ପ୍ରଦର୍ଶନୀ, ପୁରସ୍କାର, ସମ୍ବର୍ଦ୍ଧନା ଓ ଆଲୋଚନା ଇତ୍ୟାଦି ଦିବସ ବ୍ୟାପି ଆୟୋଜନ କରାଯାଏ । ଚଳିତ ବର୍ଷ ଝୋଟି ମହୋତ୍ସବ ପାଳନ ପାଇଁ ବାଲେଶ୍ୱରର ନୋସି ବିଜିନେସ ପାର୍କ ପରିସରରେ ଉକ୍ରଳୀୟ ଝୋଟି ପ୍ରତିଷ୍ଠାନ ତରଫରୁ ନୋସି କଲଚ୍ୟୁରାଲ ଏକାଡେମି ସହଯୋଗରେ ଅନୁଷ୍ଠିତ ହୋଇଯାଛି । ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷା ସମାଜସେବୀ ସୁବାସିନୀ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସନ୍ଧ୍ୟାର ଉଦ୍ୟାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମଧୁମିତା ଦାସ ଯୋଗ ଦେଇଥିଲା ବେଳେ ଶିଳ୍ପପତି ଓ କବି ଅଞ୍ଜଳି ପଣ୍ଡା ସଭାପତିତ୍ୱ କରିଥିଲେ । ସଂପାଦିକା ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିବା ବେଳେ ଉପସଭାପତି ଗିରିଜା ମିଶ୍ରଙ୍କ ପ୍ରସ୍ତାବ କ୍ରମେ ଓଡିଆ ଅକ୍ଷର ବା ବର୍ଣ୍ଣମାଳାକୁ ଅଧିକ ମହତ୍ୱ ପ୍ରଦାନ କରି ଝୋଟିର ଅସ୍ମିୟତାକୁ ବଢାଇବା ପାଇଁ ଓଡିଶାରେ ପ୍ରଥମ ଥର ଓଡିଆ ଅକ୍ଷରଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୨୦୦ ଊଦ୍ଧ୍ୱର୍ ଝୋଟିଶିଳ୍ପୀ ଅଂଶ ଗ୍ରହଣ କରିଥିବା ବେଳେ ଦୁଇଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ବିଭାଗରେ ୧୫ ବର୍ଷରୁ ଊର୍ଦ୍ଧ ମହିଳା ପୁରୁଷ ଭାଗ ନେବା ବେଳେ ୨ୟ ବିଭାଗରେ ବିଗତ ବର୍ଷ ମାନଙ୍କରେ ଝୋଟି ମହୋତ୍ସବରେ ପୁରଷ୍କୃତ ଝୋଟିଶିଳ୍ପୀମାନେ ଭାଗ ନେଇଥିଲେ । ପ୍ରଥମ ବିଭାଗରେ ୨୦ ଜଣଙ୍କୁ ନଗଦ ଅର୍ଥରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯିବା ବେଳେ ୨ୟ ବିଭାଗରେ କେବଳ ଜଣଙ୍କୁ ପୁରଷ୍କୃତ କରାଯିବ । ଦିନ ୩ଟାରୁ ୪ଟା ପର୍ଯ୍ୟନ୍ତ ୧ ଘଣ୍ଟା ଝୋଟି ପ୍ରତିଯୋଗିତା ହୋଇଥିଲା । ୪ ଘଟିକାରୁ ଝୋଟିଶିଳ୍ପୀ ମିଳନ ଓ ଆଲୋଚନା, ୫ ଘଟିକାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବେଳେ ୬ ଘଟିକାରୁ ଉଦ୍ୟାପନ ଉତ୍ସବରେ ପୁରଷ୍କାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଚାନକ ଭାବରେ କେନ୍ଦ୍ରମନ୍ତୀ ପତାପ ଷଢଙ୍ଗୀ ଝୋଟି ପ୍ରତିଯୋଗିତା ପ୍ରଦର୍ଶନ କରି ପ୍ରଶଂସା କରିଥିଲେ ।ଭବାନୀପାଟଣାର ବିଶିଷ୍ଟ ଝୋଟିଶିଳ୍ପୀ ଓ ଲେଖିକା ଦେବହୁତି କରଙ୍କୁ ଚଳିତ ବର୍ଷ ସୁଶିଳା ଦାସ ଝୋଟିରାଣୀ ମହାସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ରାଜେଶ୍ୱରୀ ଦେଙ୍କୁ ଅଖିଳ ଚନ୍ଦ୍ର ବରହେରା ସ୍ମୃତିରେ ଝୋଟିଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ବିଚାରକ ଭାବେ ସୋରର ରାଜବଲ୍ଲଭ ସାହୁ,ଭଦ୍ରକର ସୁଶାନ୍ତ ନାୟକ, ଭୁବନେଶ୍ୱରର ମୁଲତା ମିଶ୍ର, ଭୁବନେଶ୍ୱରର ଚିନ୍ତାମଣି ବିଶ୍ୱାଳ ଓ ମୟୁରଭଞ୍ଜର ସରିତା ସିଂ ଯୋଗ ଦେଇଥିଲେ । ଅନ୍ୟତମ ଉପସଭାପତି ହେମଲତା ଦାସ, ରୋଜି ପଟ୍ଟନାୟକ, କଲ୍ୟାଣୀ ନନ୍ଦ, ସୁନାମଣୀ ଜେନା, ଶ୍ରଦ୍ଧାଞ୍ଜଳି ରାୟ, ସତ୍ୟଭାମା ମୁଦୁଲି, ଜୟଶ୍ରୀ ସାହୁ, ଲିନା ପାଣିଗ୍ରାହୀ, ଶ୍ରୀରୂପା ମଞ୍ଜରୀ ସେନ, ଶୈଳବାଳା ବେହେରା, କବିତା ଦତ୍ତ, ଅରୁଣ ବାରିକ, ଦେବାଶିଷ ପତି, ବିଜୟ ଆଚାର୍ଯ୍ୟ, ଦେବାଶିଷ ସାହୁ, ବାଚୁ ଶ୍ରୀନିବାସ, ସୁକାନ୍ତି ଦେବଗୋସ୍ୱାମୀ, ବାସନ୍ତୀ ଦେ, ଅପର୍ଣ୍ଣା ପରିଡା ପ୍ରମୁଖ ଯୋଗ ଦେଇଥଲେ । ଆବାହକ ଶିଳ୍ପୀ କେଶୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଧାକର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here