ବ୍ୟାସନଗର : କାର୍ଯ୍ୟାଭାର ଗ୍ରହଣ କରିବାର ଦୁଇଦିନ ପରେ ବୁଧବାର ଜିଲାପାଳ ଚକ୍ରବର୍ତୀ ସିଂ ରାଠୋର ବ୍ୟାସନଗର ପୈାରାଞ୍ଚଳ ଗସ୍ତ କରି ପରିଷଦର ଆୟ-ବ୍ୟୟର ସମୀକ୍ଷା କରିଥିଲେ । ବର୍ଷକୁ ପରିଷଦରୁ କେତେ ଟଙ୍କା ଆୟ ହେଉଛି, କେଉଁ କେଉଁ ଦିଗରେ କେତେ ଟଙ୍କା ବ୍ୟୟ ହେଉଛି, ତାହାର ପୁରା ହିସାବ ଖୋଜିଥିଲେ । ପୈାରାଞ୍ଚଳର ସୈାନ୍ଦର୍ଯ୍ୟ କରଣ ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ଜିଲାପାଳ ଶ୍ରୀ ରାଠୋର ।

ଦିବା ୧୧ଟା ସମୟରେ ଜିଲାପାଳ ଅତିରିକ୍ତ ଜିଲାପାଳ କଳିଙ୍ଗନଗରଙ୍କ କାର୍ଯ୍ୟାଳୟରେ ପହଁଚି ଦୀର୍ଘ ସମୟ ଯାଏ ବିଭିନ୍ନ ଦିଗ ଉପରେ ଅତିରିକ୍ତ ଜିଲାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ପୈାର କାର୍ଯ୍ୟାଳୟକୁ ଯାଇ ଜିଲାପାଳ ଶ୍ରୀ ରାଠୋର ପୈାରପରିଷଦର ଆୟ-ବ୍ୟୟର ତର୍ଜମା କରିଥିଲେ । ପରିଷଦର୨୬ ୱାର୍ଡ଼ରୁ କେତେ ଜଣଙ୍କୁ କେଉଁ ପ୍ରକାର ଭତ୍ତା ଦିଆଯାଉଛି, ଭତ୍ତା ପାଇବାକୁ କେତେଜଣ ଅପେକ୍ଷାରେ ରହିଛନ୍ତି, କର୍ମଚାରୀଙ୍କ ସଂଖ୍ୟା କେତେ ରହିଛି ତାର ସମୀକ୍ଷା କରିଥିଲେ ।

ପରିଷଦ ପରିମଳ ବ୍ୟବସ୍ଥା ଉପରେ ସମୀକ୍ଷା କରି ସଫେଇ କାର୍ଯ୍ୟ କାହାଦ୍ୱାରା ପରିଚାଳିତ ହେଉଛି, ଜାଗ୍ରୁତି ଠିକାସଂସ୍ଥା ପରେ ପରିମଳ ପରିଚାଳନା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି କି ନାହିଁ, ତାହା ଉପରେ ପଚାରି ବୁଝିଥିଲେ । ପରିଷଦ ସୈାନ୍ଦର୍ଯ୍ୟ କରଣ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ବୁଝିଥିଲେ । ଜିଲାପାଳ ପର୍ଯ୍ୟଟନ କ୍ଷେତ୍ର ବ୍ୟାସସରୋବରରେ ପହଁଚି କ୍ଷେତ୍ର ଅନୁଧ୍ୟାନ କରିଥିଲେ । ସରୋବର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଜାଣିବା ସହ କିଭଳି ତ୍ୱରିତ କାର୍ଯ୍ୟ ସଂପାଦିତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ସେଠାରୁ ଜିଲାପାଳ ଶ୍ରୀ ରାଠୋର କଳିଙ୍ଗନଗର ଉନ୍ନୟନ କର୍ତୁପକ୍ଷ କାର୍ଯ୍ୟାଳୟକୁ ଯାଇ ଉପାଧ୍ୟକ୍ଷ ପଦର କାର୍ଯ୍ୟଭାର ଗ୍ରହଣ କରିବା ସହ କେଏନଡ଼ିଏ କାର୍ଯ୍ୟର ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here