ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଆ ସମାଜ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳନ ହୋଇଛି। ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭରଥୁରଠାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।

ସମ୍ମାନୀୟ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗତକାଲି ଏହି ଉତ୍ସବରେ ଯୋଗ ଦେଇ ମା’ଙ୍କ ମହାଷ୍ଟମୀ ପୂଜାରେ ସାମିଲ ହୋଇଥିଲେ।

ଏହି ଅବସରରେ ବୈଜୟନ୍ତ ପଣ୍ଡା ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଷୟରେ କହିଥିଲେ। ସେହିପରି କର୍ଣ୍ଣାଟକ ବିକାଶରେ ବହୁ ସଂଖ୍ୟାରେ ଓଡ଼ିଆଙ୍କ ଅବଦାନ ଥିବା କହିବା ସହ ପ୍ରବାସୀ ଓଡ଼ିଆଙ୍କୁ ସେ ପ୍ରଶଂସା କରିଥିଲେ।

ଏହି ଉତ୍ସବ ଅବସରରେ ଓଡ଼ିଆ ସମାଜ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here