ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ମୁକାବିଲା ଲାଗି କମ୍ପୁଛି ପ୍ରଚାର ମୈଦାନ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଗ୍ରାଉଣ୍ଡରେ ବିଭିନ୍ନ ଦଳର ହେଭିୱେଟ୍। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲାଗି ଜୋରଦାର ହୋଇଛି ପ୍ରଚାର ପରିବେଶ।

ବିଜେପି ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। ଗୋୟଲ ଆଜି କେନ୍ଦ୍ରାପଡ଼ା ମାର୍ଶାଘାଇରେ ଆୟୋଜିତ ମେଗା ରୋଡ୍ ଶୋ’ରେ ଭାଗ ନେଇ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ସୁନାକର ବେହେରାଙ୍କ ଲାଗି ଭୋଟ୍ ମାଗିଥିଲେ।

ଏପଟେ ଯାଜପୁର ବିଂଝାରପୁର, ପାରାଦୀପ ଓ କଟକ ଜିଲ୍ଲା ନିଆଳୀରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶେଷ ପର୍ଯ୍ୟାୟରେ ହେବାକୁ ଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଆଜି ମାରାଥନ୍ କ୍ୟାମ୍ପେନ କରିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here