nalco

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଆଳି ଅଞ୍ଚଲର ଦୁଶାସନ ପାତ୍ରଙ୍କ ମର ଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ଓଡିଶାରେ ପହଞ୍ଚିଛି ମୃତଦେହ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଦୁବାଇରେ ପାଇପ୍‌ କାରିଗର ଭାବେ କାମ କରୁଥିଲେ ଦୁଶାସନ। ସେ ୭ ମାସ ତଳେ ଦୁବାଇ କାମ କରିବାକୁ ଯାଇଥିଲେ ଗତ ୩୧ ତାରିଖରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here