ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ କୁରେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଚା’ ପିଇବା ସହ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି, ଦାଦନ ଓ ବେକାରୀ ସମସ୍ୟା, ମହିଳା ନିର୍ଯାତନା, ଦୁର୍ନୀତି ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ନବୀନ ନନ୍ଦ ଏଥିରେ ଯୋଗ ଦେଇଥିଲେ। ବୈଜୟନ୍ତଙ୍କ ହେଇଯାଉ କାର୍ଯ୍ୟକ୍ରମ ପ୍ରତି ଧିରେ ଧିରେ ଜନସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ହିନ୍ଦୋଳ ଓ ଦିଲ୍ଲୀ, ଦାରିଙ୍ଗବାଡି ପରେ ଆଜି ନୂଆପଡ଼ା ଉଦ୍ୟାନବନ୍ଧ କୁରେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବ ସମାଜ ଓ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Loading...

LEAVE A REPLY

Please enter your comment!
Please enter your name here