ଭୁବନେଶ୍ୱର : ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ଓଡ଼ିଆ ଯୁବକ ରବି ରାୁତ ଓଡ଼ିଶା ଫେରିଲେ । ରବି ଗତକାଲି ଦୁବାଇରୁ ଆସି ଖୋର୍ଦ୍ଧାରେ ପହଞ୍ôଚଛନ୍ତି । ରବିଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ତାଙ୍କର ପରିବାର ଶ୍ରୀ ପଣ୍ଡାଙ୍କ ସହ ଯୋଗାଯୋଗ କରି ନିବେଦନ କରିଥିଲେ । ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଗତ ମାସ ୨୩ ତାରିଖରେ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଥିଲେ ।


ଏଙ୍ଖାରେ ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ପାରିଓରଡ଼ ଗ୍ରାମର ସ୍ୱର୍ଗତଃ ସନାତନ ରାଉତଙ୍କ ପୁଅ ରବି ରାଉତ ଦୁବାଇର ଏକ ଘରୋଇ କମ୍ପାନୀରେ ୨୦୧୩ ମସିହାରୁ କାମ କରୁଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସେଠାରେ କମ୍ପାନୀ ସୁରକ୍ଷା କର୍ମୀ ଏବଂ ଶ୍ରମିକଙ୍କ ମଧ୍ୟରେ ଏକ ଗଣ୍ଡଗୋଳରେ ସ୍ଥାନୀୟ ପୋଲିସ୍ ୩୫ ଜଣଙ୍କୁ ଛାଡ଼ି ଦେଇଥିବା ବେଳେ ଗଣ୍ଡଗୋଳରେ କୌଣସି ସମ୍ପୃକ୍ତି ନଥାଇ ମଧ୍ୟ ରବିଙ୍କ ସମେତ ୫ ଜଣଙ୍କୁ ପୋଲିସ୍ ଅଟକ ରଖିଥିଲା । ଏ ନେଇ ଟ୍ୱିଟର୍ ଜରିଆରେ ଚିରଚିନ୍ମୟ ଶ୍ରୀ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ରବି ଘରକୁ ଫେରି ଆସିବା ପରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here