ବଡସାହି ,
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଚାରି ଦିନ ପୂର୍ବେ ବଡସାହି ଥାନାରେ ଅଭିଯୋଗ ହୋଇଥିଲା । ଅପହରଣକାରୀ ଜଣଙ୍କ ଜଣେ ବାରିପଦା ନିକଟ ଘରୋଇ ଇଞ୍ଜିନିୟରିଂ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଡିପ୍ଲୋମା ଛାତ୍ର(୧୭) । ନିଜ ଘର ଠାରୁ ୪କିମି ଦୂରର ଗ୍ରାମରୁ ଛାତ୍ର ଜଣଙ୍କ ଛାତ୍ରୀ ଜଣଙ୍କୁ ଗତ ରବିବାର ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ହେଁ ଉଭୟଙ୍କୁ ଠାବ କରିପାରିନାହିଁ । ଛାତ୍ରୀଙ୍କ ଘରେ ୫ ଦିନ ଧରି ଚୁଲି ଜଳୁ ନ ଥିବା ବେଳେ ପଡୋଶୀ ଲୋକ ବୁଝାଇ ନିଜ ନିଜ ଘରୁ ଖାଦ୍ୟ ନେଇ ପରିବାର ଲୋକଙ୍କୁ ଦେଉଛନ୍ତି । ତେବେ ଅପହୃତା ଛାତ୍ରୀଙ୍କ ଜେଜେମା’ ଖାଦ୍ୟ ଗ୍ରହଣ କରୁ ନ ଥିବାରୁ ଅସୁସ୍ଥ ହୋଇପଡିଛନ୍ତି । ଅନନ୍ୟୋପାୟ ହୋଇ ଗତକାଲି ଛାତ୍ରୀଙ୍କ ବାପା-ମା’ ବାରିପଦାରେ ଏସପିଙ୍କୁ ଭେଟି ନେହୁରା ହେବା ପରେ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ତଲାସି ଜୋରଦାର ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here