ଔପଦା : ବାଲେଶ୍ୱର ଜିଲ୍ଲା ବହୁ ପୁରାତନ ବ୍ଲକ ସଦର ମହକୁମାରେ ଥିବା ଔପଦା ନୋଡାଲ ହାଇସ୍କୁଲରେ ଗତ ୬ ତାରିଖ ବିଳମ୍ବିତ ରାତିରେ ଚୋରମାନେ କମ୍ପ୍ୟୁଟର ଲ୍ୟାବର କବାଟ ଭାଂଗି ଭିତରେ ପଶି ୨ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଚୋରୀ କରିନେଇଥିବା ଜଣାଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ କର ଅକାଳ ୯ ଟା ସମୟରେ ସ୍କୁଲ ଆସି ଦେଖିଲେ କମ୍ପ୍ୟୁଟର ଥିବା ଘରର କବାଟ ଭାଂଗି ଚୋରୀ କରିନେଇଛନ୍ତି । ତୁରନ୍ତ ଏହି ଚୋରୀ ସଂପର୍କରେ ଶ୍ରୀ କର ଔପଦା ଥାନାରେ ଳିଖିତ ଅଭିଯୋଗ କରିଥିବା କହିଛନ୍ତି । ଚୋରମାନେ କମ୍ପ୍ୟୁଟର ଲ୍ୟାବରେ ଥିବା ୩ ଟି ମନିଟର,୧ ଟି ସିପିୟୁ,୧ ଟି ପ୍ରଜେକ୍ଟର ଓ ୧ ଟି ୟୁପିଏସ ଚୋରୀ ହୋଇଥିବା ଅଭିଯୋଗ କରିଛନ୍ତି ।

ଏହି ସ୍କୁଲରେ ପ୍ରବାସୀ ମାନଙ୍କ ପାଇଁ ଗତ ଏପ୍ରିଲ ମାସ ଠାରୁ କ୍ୱାରେନ ଟାଇନସେଣ୍ଟର ହୋଇଥିବା ବେଳେ ଅଗଷ୍ଟ ୨୩ ତାରିଖରେ ଏହା ବନ୍ଦ ହୋଇଥିଲା । ସ୍କୁଲ ସାନିଟାଇଜ କରିବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ କର ବିଡିଓଙ୍କୁ ଜଣାଇଥିବା ବେଳେ ଗତ ୬ ତାରିଖ ସକାଳେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା । ଚୋରୀ ସଂପର୍କରେ ଅଭିଯୋଗ ପାଇ ଥାନା ଅଧିକାରିଣୀ ସୁଜାତା ଖମାରୀ ଓ ଏଏସଆଇ ନଗେନ ଦାସ ସ୍କୁଲ କୁ ଯାଇ ତଦନ୍ତ କରି ଫେରି ଆସିଥିବା ଜଣାଯାଇଛି । ବ୍ଲକ ସଦର ମହକୁମାରେ ଏହି ହାଇସ୍କୁଲରୁ ଚୋରମାନେ ଚୋରୀ କରି ନେଇଯାଇଥିବା କୁ ନେଇ ସ୍ଥାନୀୟ ଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ଦେଖାଦେଇଥିବା ଜଣାଯାଇଛି

LEAVE A REPLY

Please enter your comment!
Please enter your name here