ଔପଦା-୦୪/୦୯ : ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ହରିହରପୁରୁ ଶାସନରେ ଥିବା ଦାସ ପୋଖରୀରୁ କେତେକ ନ୍ୟସ୍ତସ୍ୱାର୍ଥପର ଲୋକ ପ୍ରଶାସନ ଅଜ୍ଞାତରେ ମାଛଧରି ଅର୍ଥଆତ୍ମସାତ କରିଥିବା ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପୋଖରୀକି ୨୦୧୯-୨୦ ଆର୍ଥିକ ବର୍ଷରେ ନିଲାମ ନହୋଇପରିବାରୁ ପଞ୍ଚାୟତ ହାତରେ ଥିଲା ।ଏହି ପଞ୍ଚାୟତରେ ନିଲାମ କରିବା ପାଇଁ ଗତ ୬-୦୮-୨୦ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓ ,ଏଫିଓ,ସରପଞ୍ଚ ଓ ନାଏବ ସରପଞ୍ଚ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।

କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଥିବା ବିଭିନ୍ନ ନିଲାମ ସଂପର୍କରେ ପୂର୍ବବର୍ଷର ଆଲୋଚନା କରାଯାଇଥିଲାା ଏହି ଆଲୋଚନାରେ ଦାସ ପୋଖରୀରୁ ମାଛଧରି ତାର ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ପୋଖରୀରୁ ପ୍ରାୟ ୨ କ୍ୱିଣ୍ଟାଲରୁ ଉଦ୍ଧ୍ୱର୍ ମାଛ ଧରାଯାଇଥିବା ବେଳେ ଆଲୋଚନାରେ ପ୍ରାୟ ୨୦ କିଲୋ ମାଛ ଧରାଯାଇଥିବା କୁହାଯାଇଥିଲା । ଏହାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଉପସ୍ଥିତ ଥିବା ବ୍ଲକ ମସô୍ୟ ସଂପ୍ରସାରଣ ଅଧିକାରୀ ଲଦ ହେମ୍ବ୍ରମ ପୋଖରୀରୁ ମାଛଧରାଯାଇ ଏହାର ଅର୍ଥକୁ ପଞ୍ଚାୟତରେ ଜମା ନକରି ଅନ୍ୟ ଜଣଙ୍କ ପାଖରେ ରଖାଯାଇଥିବା ସଂପର୍କରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାଯାଇଛି ।

ଏହାକୁ ମସô୍ୟସଂପ୍ରସାରଣ ଅଧିକାରୀଙ୍କ ପତ୍ରମୂଳେ ବିଡିଓ ସନ୍ତୋଷ କୁମାର ପତି ପଞ୍ଚାୟତର ସରପଞ୍ଚଙ୍କୁ କାରଣଦର୍ଶାଅ ନୋଟିସ କରିଥିବା ଜଣାଯାଇଛି । ପଞ୍ଚାୟତ ବାସୀଙ୍କ ପକ୍ଷରୁ ମାଛଧରା ଅର୍ଥ ଆତ୍ମସାତ ସଂପର୍କରେ ନିଳଗିରୀ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଠାରେ ଅଭିଯୋଗ ହୋଇଥିବା ବେଳେ ବିଧାୟକ ଏ ଅନିୟମିତତା ସଂପର୍କରେ ପ୍ରଶାସନକୁ ଜଣାଇଥିବା ପ୍ରକାଶ । ଏ ସଂପର୍କରେ ବିଡିଓ ଶ୍ରୀ ପତିଙ୍କୁ ପଚାରିବାରୁ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିବା କହିଛନ୍ତି । ମସô୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ହେମ୍ବ୍ରମଙ୍କୁ ପଚାରିବାରୁ ପଞ୍ଚାୟତ ରେ ନିଲାମ ସଂପର୍କରେ ଆଲୋଚନା ସମୟରେ ଏହି ମାଛଧରା କଥା ଜଣାପଡିବା ଓ ଟଙ୍କାକୁ ପଞ୍ଚାୟତରେ ଜମା ନକରିବା ସଂପର୍କରେ ବିଡିଓଙ୍କୁ ଲିଖିତ ଭାବେ ଜଣାଯାଇଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here