ଭଞ୍ଜନଗର,୪/୧୧- ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୩ଟି ଛେଳି ମୃତ୍ୟୁବରଣ କରିଥିବାବେଳେ ୪ଛେଳି ନିଖୋଜ ଅଛନ୍ତି । ଆଉ ଏହାକୁ ନେଇ ତେନ୍ତୁଳିଆ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି । ବାଘ ଆକ୍ରମଣରେ ଛେଳି ଗାଏବ ହେବାସହ ୩ଟି ଛେଳି ମରିଥିବା ଗ୍ରାମବାସୀମାନେ ଉଲ୍ଲେଖ କରୁଛନ୍ତି । ତେବେ ବାସ୍ତବରେ ଏହା ବାଘ ନା ଅନ୍ୟ କେଉଁ ଜନ୍ତୁ ତାକୁ ବନ ବିଭାଗ କର୍ମଚାରୀମାନେ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଗ୍ରାମରେ ଏକ ଅଜଣା ଭୟ ଲୋକଙ୍କ ଭିତରେ ଦେଖାଦେଇଛି । ମିଳିଥିବା ସୁଚନା ପ୍ରକାରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜର ତେନ୍ତୁଳିଆ ଗ୍ରାମର ସନ୍ୟାସୀ ଗୌଡ ନାମକ ଜଣେ ଗାଈଆଳ କୁଆରରୁ ଅଜଣାଜନ୍ତୁ ୭ଟି ଛେଳିକୁ ଘୋଷାଡି ନେଇଥିଲା । ସୋମବାର ସକାଳୁ ୩ଟି ଛେଳି ଅଧାଖିଆ ଅବସ୍ଥାରେ ମିଳିଥିବାବେଳେ ୪ଟି ଛେଳି ଏବେବି ନିଖୋଜ ଅଛନ୍ତି । ଏସଂପର୍କରେ ଖବର ପାଇ ବନ କର୍ମଚାରୀମାନେ ବନପାଳ ରାମେଶ୍ୱରୀ ସାହୁଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଛନ୍ତି । ଏଭଳି ଘଟଣାପରେ ସଂପୃକ୍ତ ଅଂଚଳରେ ବାଘ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରୁ ମିଳିଥିବା ପାଦଚିହ୍ନ ବାଘର ନା ଆଉ କେଉଁ ଜନ୍ତୁର ତାର ପରୀକ୍ଷା ନିରୀକ୍ଷାପରେ ସ୍ପଷ୍ଟ ହେବବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here