ନୂଆଦିଲ୍ଲୀ : ଆପଣ ମାନେ ଲକ୍ଷଲକ୍ଷ ଟଙ୍କାରେ ମେଣ୍ଢା କିଣାବିକା ଖବରତ ଶୁଣିଥିବେ ,କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସାବୁଠୁଇ ଦାମିକା ମେଣ୍ଢା କିଏ ଓ ତାକୁ କେତେ ଟଙ୍କାରେ ବିକ୍ରି କରାଯାଇଛି l ଏମିତି ଏହି ମେଣ୍ଢାରେ କଣ ଅଛି ଯାହାକୁ କୋଟିକୋଟି ଟଙ୍କାରେ ବିକ୍ରି କରାଯାଇଛି l ଆସନ୍ତୁ ଜାଣିବା ସେହି ଦାମିକା ମେଣ୍ଢା ବିଷୟରେ l ଏହି ମେଣ୍ଢାଟିର ନାମ ଡବଲ ଡାଇମଣ୍ଡ l

କ୍ସଟଲ୍ୟାଣ୍ଡରା ଲାନାର୍କରେ ଗତ ସପ୍ତାହରେ ଗୋଟିଏ ନିଲାମୀ ଆୟୋଜନ କରାଯାଇଥିଲା l ଏହି ନିଲାମୀକୁ ଏହି ମେଣ୍ଢାଟିକୁ ମଧ୍ୟ ଅଣାଯାଇଥିଲା l ଏହି ନିଲାମୀରେ ମେଣ୍ଢାଟି ଉପରେ ଭାରତୀୟ ମୁଦ୍ରା ଅନୁସାରେ ୯.୫୩ ଲକ୍ଷରୁ ଆରମ୍ଭ ହୋଇଥିଲା ଯାହା ଧୀରେଧୀରେ ବଢି ୩.୫୯ କୋଟିରେ ଶେଷ ହୋଇଥିଲା l ଏହି ମେଣ୍ଢାଟିକୁ ତିନିଟି ଅଲଗାଅଲଗା ଫାର୍ମ ମାଲିକ ମିଳିତ ଭାବରେ କିଣିଥିଲେ l ଏହାର ଅର୍ଥ ମେଣ୍ଢାଟି ଯାଇ ତିନିଟିଯାକ ଫାର୍ମରେ ରହିବ l ଏହି ମେଣ୍ଢାଟିର ଡିମାଣ୍ଡ ଅଧିକ ରହିଛି l

ଡବଲ ଡାଇମଣ୍ଡ ଏକ ଟ୍କ୍ସେଲ ପ୍ରଜାତିର ମେଣ୍ଢା ଅଟେ l ହଲାଣ୍ଡର ଟ୍କ୍ସେଲ ପ୍ରଜାତିର ମେଣ୍ଢା ମାନଙ୍କୁ ପାଳନ କରାଯାଇଥାଏ l ଏହି ପ୍ରକାରର ମେଣ୍ଢା ମାନଙ୍କର ମାଂସର ମଧ୍ୟ ଚାହିଦା ରହିଛି l ଏହା ସହିତ ଏହି ମେଣ୍ଢାର ରୁମରେ ତିଆରି ହେଉଥିବା ଉଲର ଚାହିଦା ରୂପ ଚର୍ଯ୍ୟା ଉଦ୍ୟଗରେ ଅଧିକ ଦାମରେ ବିକ୍ରି କରାଯାଇଥାଏ l

ଏହି ମେଣ୍ଢାର ମାଂସର ଚାହିଦା ୟୁରୋପ ,ଅଷ୍ଟ୍ରେଲିଆ ,ଆମେରିକା ଓ ନିୟୁଜଲାଣ୍ଡରେ ଅଧିକ ଖାଇବାର ଦେଖା ଯାଇଥାଏ l ଏହି ପ୍ରକାରର ମେଣ୍ଢା ମାନଙ୍କର ମାଂସ ମଧ୍ୟ ବିଦେଶକୁ ରପ୍ତାନି କରାଯାଏ l ଏମାନଙ୍କର ରୁମର ଓଜନ ସାଧାରଣ ମେଣ୍ଢା ମାନଙ୍କ ରୁମ ଓଜନ ଠାରୁ ଅଧିକ l ତେଣୁ ବ୍ୟବସାୟ ପାଇଁ ଟ୍କ୍ସେଲ ମେଣ୍ଢା ମାନଙ୍କର ବ୍ୟବହାର କରାଯାଇଥାଏ l

LEAVE A REPLY

Please enter your comment!
Please enter your name here