ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅର୍ଜୁନ୍‌ କପୁର ନିଜର ଚଳଚ୍ଚିତ୍ର ଅପେକ୍ଷା ଅନେକ ସମୟରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାହା ତାଙ୍କ ପାରିବାରିକ କଥା ହେଉ ବା ପ୍ରେମ ଜୀବନ । ଏବେ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରକୁ

ସୂଚନା ମୁତାବକ, ଟ୍ରାଫିକ୍‌ରେ ଫସିବା ପରେ ଅର୍ଜୁନ୍‌ ନିଜ ଇନ୍‌ଷ୍ଟା ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ‘ଆସ୍‌କ ମି ଏନିଥିଙ୍ଗ୍‌’ ଜରିଆରେ କିଛି ବି ପ୍ରଶ୍ନ କରିବା ପାଇଁ କହିଥିଲେ । ଯାହା ପରେ ଜଣେ ବ୍ୟବହାରକାରୀ ତାଙ୍କୁ ତାଙ୍କ ଭଉଣୀ ଅଂଶୁଲାଙ୍କ ପାଇଁ ଗୋଟେ ଶବ୍ଦ କହିବା ପାଇଁ କହିଥିଲେ । ଏହି ପ୍ରଶ୍ନର ତୁରନ୍ତ ଉତ୍ତର ରଖି ସେ ମୋର ଜୀବନ ବୋଲି କହିଥିଲେ ଅର୍ଜୁନ କପୁର । ଅର୍ଜୁନ୍‌ଙ୍କ ଏହି ଉତ୍ତର ସମସ୍ତଙ୍କ ମନ କିଣି ନେଇଥିଲା । ଏହି ଖବର ପ୍ରସାର ହେବା ପରେ ସମସ୍ତେ ତାଙ୍କର ଏବଂ ଅଂଶୁଲାଙ୍କ ଯୋଡ଼ି ସବୁଠାରୁ ଭଲ ଭାଇ-ଭଉଣୀ ଯୋଡ଼ି ବୋଲି କହିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ, ଅର୍ଜୁନଙ୍କ ଏହି ଉତ୍ତର ଶୁଣିବା ପରେ ମଲ୍ଲାଇକା ନିଶ୍ଚୟ ମନ ଦୁଃଖ କରିବେ ବୋଲି କିଛି ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here