ଭୁବନେଶ୍ୱର: ପୁଲ୍‌ ଏ’ର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବିଶ୍ୱର ଦୁଇ ନମ୍ବର ଦଳ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ନୁ୍ୟଜିଲାଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ର ନିକଟତର ହୋଇଛି । ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୪-୩ ଗେଲ୍‌ରେ ସ୍ପେନ୍‌କୁ ହରାଇଥିଲା । ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଅଗୁଷ୍ଟିନ୍‌ ମାଜିଲି ୨୩ତମ, ଲୁକାସ ଭିଲା ୪୧ତମ ଏବଂ ଲୁକାସ୍‌ ମାର୍ଟିନେଜ୍‌ ୫୫ତମ ମିନିଟ୍‌ରେ ଗୋଲ୍‌ସ୍କୋର୍‌ କରିଥିଲେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ ।
ବିଶ୍ୱ ର୍ୟାଙ୍ଗିଙ୍ଗ୍‌ ୯ନମ୍ବର ସ୍ଥାନରେ ଥିବା ନୁ୍ୟଜିଲାଣ୍ଡ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ପ୍ରଥମ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡ ୨-୧ରେ ଫ୍ରାନ୍ସକୁ ହରାଇଥିବାରୁ ଏହି ମ୍ୟାଚ୍‌ ଜିତିଥିଲେ କ୍ୱାର୍ଟର୍‌ ଫାଇନାଲ୍‌ର ସିଧାସଳଖ ସୁଯୋଗ ମିଳିଥାନ୍ତା । ହେଲେ ଆର୍ଜେଣ୍ଟିନା ସମ୍ମୁଖରେ ନୁ୍ୟଜିଲାଣ୍ଡର ପ୍ରଦର୍ଶନ ଆଜି ଫିକା ପଡ଼ିଯାଇଥିଲା । ପ୍ରଥମ କ୍ୱାର୍ଟର୍‌ର ୧୫ ମିନିଟ୍‌ ଖେଳ ସଂଘର୍ଷପୂର୍ଣ୍ଣ ସତ୍ତେ୍ୱ ଗୋଲ୍‌ ଶୂନ୍ୟ ରହିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର୍‌ ଆରମ୍ଭ ହେବା କ୍ଷଣି ନୁ୍ୟଜିଲାଣ୍ଡ ଗୋଲ୍‌ପୋଷ୍ଟକୁ ଆର୍ଜେଣ୍ଟିନା ଖେଳାଳି ବାରମ୍ବାର ଆକ୍ରମଣ କରିଥିଲେ । ୨୩ତମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ ଦେଖିଥିଲେ ଦର୍ଶକ । ଅଗୁଷ୍ଟିନ୍‌ ମାଜିଲି ଚମତ୍କାର ଫିଲïଗୋଲ୍‌ କରି ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନା ୧-୦ରେ ଆଗୁଆ ରହି ଭଲ ସ୍ଥିତିରେ ଥିଲା । ମ୍ୟାଚ୍‌ର ୪୧ତମ ମିନିଟ୍‌ରେ ଆର୍ଜେଣ୍ଟିନା ଦ୍ୱିତୀୟ ଗୋଲ୍‌ କରିଥିଲ । ଲୁକାସ୍‌ ଭିଲା ଫିଲï ଗୋଲ୍‌ କରି ପକ୍ଷ ମଜଭୁତ କରିଥିଲେ । ୫୫ତମ ମିନିଟ୍‌ରେ ପେନାଲଫି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନା ବିଜୟ ଧ୍ୱଜା ଉଡ଼ାଇ ଥିଲା । ଲୁକାସ୍‌ ମାର୍ଟିନିଜ୍‌ ଏହି ଗୋଲ୍‌ କରି ମ୍ୟାଚ୍‌ ଶେଷ କରିଥିଲେ । ଆର୍ଜେଣ୍ଟିନା ଦୁଇ ମ୍ୟାଚ୍‌ରୁ ୬ ପଏଣ୍ଟ ସହ ପୁଲ୍‌ ଏ’ ଶୀର୍ଷରେ ଥିବା ବେଳେ ନୁ୍ୟଜିଲାଣ୍ଡ ଦୁଇ ମ୍ୟାଚ୍‌ରୁ ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ୬ ତାରିଖ ସ୍ପେନ୍‌-ନୁ୍ୟଜିଲାଣ୍ଡ ଏବଂ ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ଶେଷ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ।

Loading...

LEAVE A REPLY

Please enter your comment!
Please enter your name here