ଭୁବନେଶ୍ୱର: ରାଜ୍ୟରେ ଆଉ ୨ ପଜିଟିଭ ଚିହ୍ନଟ। ବଲାଙ୍ଗିରରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଇଁତଳା ବ୍ଲକ୍ ବଡ଼ବନ୍ଧ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏମାନେ ସୂରତ ଫେରନ୍ତା ଓ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଗତକାଲି ବି ବଲାଙ୍ଗିରରେ ୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା।

ବଲାଙ୍ଗିରରେ କେହି ସୁସ୍ଥ ହୋଇନଥିବାରୁ  ଜିଲ୍ଲାରେ ଆକ୍ଟିଭ କେଶ ୬ ରହିଛି। ଆଜି ଦିନକରେ ରାଜ୍ୟରେ ୯୩ ଜଣ ପଜିଟିଭ ଚିହ୍ନଟ ହେଲେଣି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ୬୦୪ ଆକ୍ଟିଭ କେଶ ରହିଛି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ରାଜ୍ୟରେ ଆଜି ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ମଧ୍ୟରେ ଗଂଜାମରୁ ୧୯, ଯାଜପୁର ୩, ବାଲେଶ୍ୱରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଲା।

LEAVE A REPLY

Please enter your comment!
Please enter your name here