ଅନୁଗୁଳ : ଅନୁଗୁଳ ଜିଲ୍ଲାରୁ ମଙ୍ଗଳବାର ପ୍ରଥମ କରି କରୋନାରେ ଜନୈକ କେନ୍ଦ୍ର ସରକାରଙ୍କର ଉଚ୍ଚ ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଁଚିଛି । ମଙ୍ଗଳବାର ଦିନ ମୃତ୍ୟୁ ବରଣ ହୋଇଥିବା ସମ୍ପୃକ୍ତ ବ୍ୟକ୍ତି ଅନୁଗୁଳ ଜିଲ୍ଲାରେ ଥିବା ଏକ ବୃହତ ରାଷ୍ଟ୍ରାୟାତ ଉଦ୍ୟୋଗରେ ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ଶାଶୁଙ୍କ ଶୁଦ୍ଧିକ୍ରିୟା ରେ ଗଂଜାମ ଜିଲ୍ଲାକୁ ଯାଇଥିଲେ । ଏବଂ ସେଠାରୁ ସେ ତାଙ୍କର ଡାକ୍ତରାଣୀ ପତ୍ନୀ ଙ୍କ ଶ୍ୱଶୁର ଘରୁ ଆସିି ବୁର୍ଲା ମେଡିକାଲ କଲେଜରେ ଥିବା ତାଙ୍କ ସରକାରୀ ବାସଭବନରେ ଛାଡି ଅନୁଗୁଳ ଆସିଥିଲେ । ଅନୁଗୁଳରେ ସିଏ କାର୍ଯ୍ୟ କରୁଥିବା ରାଷ୍ଟ୍ରାୟାତ ଉଦ୍ୟୋଗରେ ନିଜ ସରକାରୀ ବାସଭବନରେ ରହିବା ସହ ଅଫିସ ଯାଇଥିଲେ ।

ଅଫିସର ବିଭିନ୍ନ କର୍ମଚାରୀଙ୍କ ସହ ମିଶିବା ସହ କ୍ୟାଟିଂନରେ ମଧ୍ୟ ଖାଇଥିଲେ । ଗତ ୭ ଦିନ ପୂର୍ବେ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେ ତାଙ୍କ କମ୍ପାନୀର ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ଠାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେହିଦିନ କାର ଯୋଗେ ବୁର୍ଲା ମେଡିକାଲ କଲେଜରେ ଡାକ୍ତରାଣୀଥିବା ନିଜ ପତ୍ନୀଙ୍କ ପାଖକୁ ଯାଇଥିଲେ । ସେଠାରେ ସେ ବୁର୍ଲା ମେଡିକାଲ କଲେଜରେ ନିଜର ପୁଣି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିକାଲ କଲେଜ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ସେଠାରେ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ୍ ଥିବା ଜଣାପଡିଥିଲା । କିନ୍ତୁ ସେ ସେଠାରେ ଚିକିତ୍ସିତ ହେବା ଅବସ୍ଥାରେ ମଙ୍ଗଳବାର ଦିନ ଭୋର ଅର୍ଥାତ୍ ୩୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର କରୋନା ପଜିଟିଭ୍ ଥିବା ପ୍ରଚାର ହେବା ପରେ ସେ କାର୍ଯ୍ୟକରୁଥିବା ରାଷ୍ଟ୍ରାୟାତ ଉଦ୍ୟୋଗରେ କୋକୁଆଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here