ଅନୁଗୁଳ: ପ୍ରତି ବର୍ଷ କୂଳ ଖାଉଛି ବ୍ରାହ୍ମଣୀ ନଦୀ । ଫଳରେ ନଦୀର ଉଭୟ ପାଶ୍ୱର୍ରେ ଥିବା ପ୍ରାୟ ୩୦ରୁ ଅଧିକ ଗାାଁର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କେତେକ ସ୍ଥାନରେ ଘରକୁ ଲାଗି ମାଟି ଅତଡା ଖସୁଥିବାରୁ ଲୋକଙ୍କ ଜୀବନ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ଲୋକେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ରେଙ୍ଗାଲି ଓ ସମଲ ଡ୍ୟାମ କର୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ତେଣୁ ଭୟ ଓ ଆଶଙ୍କାରେ ରହୁଛନ୍ତି ଏହି ସବୁ ଗ୍ରାମବାସୀ । ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ପୋଡାଗଡ଼ ଠାରୁ ସମଲ ଡ୍ୟାମ ପର୍ଯ୍ୟନ୍ତ ପ୍ରାୟ ୩୦ କି.ମି ରହିଛି ବ୍ରାହ୍ମଣୀ ନଦୀର ଦୈର୍ଘ୍ୟ । ଏହି ୩୦ କି.ମି ଦୈର୍ଘ୍ୟ ମଧ୍ୟରେ ନଦୀର ଉଭୟ ପାଶ୍ୱର୍ରେ ୩୦ରୁ ଅଧିକ ଗାଁ ରହିଛି । ସେହି ଗାଁ ଗୁଡିକ ଏବେ ବ୍ରାହ୍ମଣୀ ନଦୀରେ ଲୀନ ହେବାର ଆଶଙ୍କା କରାଯାଉଛି । ପ୍ରତି ବର୍ଷ ନଦୀର ଉଭୟ ପାଶ୍ୱର୍ କୂଳ ଖାଇ ଖାଇ ଯାଉଛି ।

ଫଳରେ ଆଉ କିଛି ବର୍ଷ ପରେ ଗାଁ ଗୁଡିକ ନଦୀ ଗର୍ଭରେ ମିଶିଯିବ ବୋଲି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାଛଡା କୂଳ ଖାଇବା ଯୋଗୁଁ ବର୍ଷା ଦିନେ ବଢ଼ି ପାଣି କେତେକ ଗାଁରେ ପଶୁଛି । ଶହ ଶହ ଏକର ଚାଷ ଜମିରେ ବଢ଼ି ପାଣି ମାଡି ଯାଉଛି । ନଦୀରୁ ଖୁବ୍ ନିକଟରେ ଥିବା ସୁସୁବା ପଚାଂୟତର କେତେକ ଗାଁର ଲୋକେ ବଢ଼ି ପାଣି ଆସିଲେ ଘରଛାଡି ଉଚ ଜାଗାକୁ ପଳାଉଛନ୍ତି । ଏହାର ପ୍ରତିକାର ପାଇଁ ଅଚଂଳବାସୀ ବହୁବାର ଅଭିଯୋଗ କରିଛନ୍ତି । କିନ୍ତୁ କେହି ସେମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁ ନାହାଁନ୍ତି । ଫଳରେ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି ନଦୀର ଉଭୟ ପାଶ୍ୱର୍ରେ ଥିବା ଗ୍ରାମବାସୀ ।

ନଦୀ ଉପରେ ରହିଛି ରେଙ୍ଗାଲି ନଦୀ ବନ୍ଧ ଯୋଜନା ଓ ସମଲ ବୃହତ ଜଳ ସେଚନ ପ୍ରକଳ୍ପ । ତେଣୁ ଉଭୟ ପ୍ରକଳ୍ପ କର୍ତୃପକ୍ଷଙ୍କ ଗୁରୁ ଦାୟୀତ୍ୱ ରହିଛି ପାରିପାଶ୍ୱର୍ିକ ଅଚଂଳରେ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ଓ ଉନ୍ନତି ଚିନ୍ତା କରିବା । ନଦୀ କୂଳରେ ଯେଉଁଠି ମାଟି ଅତଡା ଖସୁଛି ସେଠାରେ ପଥର ବନ୍ଧ କରିବା ଓ ବ୍ୟାପକ ବୃକ୍ଷ ରୋପଣ କରିବା ଆଦି ପଦକ୍ଷେପ ନେବା କଥା । କିନ୍ତୁ ତାହା କରାଯାଉ ନାହିଁ । ଏହାଛଡା ନଦୀ କୂଳରେ ବହୁ ସଂଖ୍ୟାରେ ବେଆଇନ ଭାବେ ଇଟାଭାଟି କରାଯାଉଛି । ଫଳରେ ନଦୀ କୂଳ ମାଟି ହାଲୁକା ହୋଇ ବର୍ଷା ଦିନେ ଧୋଇ ହୋଇଯାଉଛି । ଏଥିପ୍ରତି ମଧ୍ୟ ପ୍ରଶାସନର ନଜର ପଡୁନାହିଁ ।

ଏ ନେଇ ସ୍ଥାନୀୟ ତହସିଲଦାରଙ୍କୁ ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ଫଳ ଶୂନ । ଆମେ ମଧ୍ୟ ତହସିଲଦାରଙ୍କୁ କଣ ପଦକ୍ଷେପ ନିଆଯାଇଛି ସେ ପ୍ରତିକ୍ରିୟା ମାଗିଥିଲୁ । ହେଲେ ସେ କିଛି କହିବାକୁ ମନା କରି ଦେଇଥିଲେ । ରେଙ୍ଗାଲୀ ପ୍ରକଳ୍ପ କର୍ତୃପକ୍ଷ କହିଛନ୍ତି ନଦୀ ସୁରକ୍ଷା ଦାୟିତ୍ୱ ସମଲ କର୍ତୃପକ୍ଷଙ୍କର । ତେଣୁ ସମଲ ବ୍ୟାରେଜ ଚିଫ୍ ଇଂଜିନିୟର ବି.ବି ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଏନେଇ ଅବଗତ ନଥିବା କହିଛନ୍ତି । ତେବେ ଯଦି ସେମିତି କିଛି ହୋଇଥାଏ ତେବେ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ବର୍ଷ ବର୍ଷ ଧରି ଏମିତି ଚାଲିଛି । ବ୍ରାହ୍ମଣୀ ନଦୀର ଉଭୟ ପାଶ୍ୱର୍ ମାଟି ଭୁଷୁଡିବାରେ ଲାଗିଛି । ପ୍ରଶାସନ ଜାଣି ମଧ୍ୟ ଚୁପ୍ ରହିଥିବା ବେଳେ ସମଲ ବ୍ୟାରେଜ କର୍ତୃପକ୍ଷଙ୍କ ପାଖରେ ଖବର ନାହିଁ । ତେଣୁ ତୁରନ୍ତ ନଦୀର ଉଭୟ ପାଶ୍ୱର୍ରେ ପଥର ବନ୍ଧ ଦିଆ ଯିବା ସହ ବ୍ୟାପକ ବୃକ୍ଷ ରୋପଣ କରି ମୃତିକା ସଂରକ୍ଷଣ କରିବାକୁ ଅଚଂଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here