ହାଇଦ୍ରାବାଦ : କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିବିଆଇର ଆନ୍ଧ୍ରପ୍ରଦେଶ ଯିବା ଉପରେ ରୋକ୍‌ ଲଗାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର କୌଣସି ମାମଲାରେ ସିବିଆଇ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । ସରକାର ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକଫ ୧୯୪୬ ଆଧାରରେ ସାଧାରଣ ସହମତିକୁ ଫେରାଇ ନେଇଛି । ଯାହା ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସମେଣ୍ଟ ସଦସ୍ୟଙ୍କୁ ରାଜ୍ୟ ମଧ୍ୟରେ ନିଜ ଶକ୍ତି ଏବଂ ଅଧିକାର କ୍ଷେତ୍ରର ପ୍ରୟୋଗ କରିବା ପାଇଁ ଦିଆ ଯାଇଥିଲା । ସୂଚନାନୁଯାୟୀ, କିଛିଦିନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ମୋଦି ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ, କେନ୍ଦ୍ର ସରକାର ତାଙ୍କ ଠାରୁ ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ରାଜ୍ୟକୁ ଶେଷ କରିବା ପାଇଁ ଯୋଜନା କରୁଛନ୍ତି । ରାଜ୍ୟର ବିଭିନ୍ନ ପୂଜା ସ୍ଥଳୀଗୁଡିକରେ ଆକ୍ରମଣ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଇନ ବ୍ୟବସ୍ଥା ଭଣ୍ଡୁର କରିବା ପାଇଁ ବିହାର ଏବଂ ଅନ୍ୟ ରାଜ୍ୟଗୁଡିକରୁ ଗୁଣ୍ଡାମାନଙ୍କୁ ଅଣାଯାଉଛି । ଏହା ପୂର୍ବରୁ ସେ କହିଥିଲେ ଯେ, କେନ୍ଦ୍ର ତରଫରୁ ତାଙ୍କ ସରକାରକୁ ଅସ୍ଥିର କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଶ୍ରୀ ନାଇଡୁ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ତେଲୁଗୁଦେଶମ ପାର୍ଟିର ଶାସନ ଦ୍ୱିତୀୟଥର ଆସିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ହିନ୍ଦୁଙ୍କ ଭାବନାକୁ ବିଭ୍ରାନ୍ତ କରି ସେମାନଙ୍କୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଠିଆ କରୁଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ସିବିଆଇ ଉପରେ ଆନ୍ଧ୍ର ଜାରି କରିଥିବା କଟକଣାକୁ ପଶ୍ଚିମବଙ୍ଗ ମଧ୍ୟ ଅନୁସରଣ କରିବ ବୋଲି ମମତା କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here