କୋଣାର୍କ :  ମହାବାତ୍ୟା ଅମ୍ଫାନ ତାର ତାଣ୍ଡବ ମଙ୍ଗଳବାର ରାତ୍ରିରୁ କୋଣାର୍କ ଅର୍କକ୍ଷେତ୍ର ରେ ରଚିବା ସହ ଆଗକୁବଢ଼ି ବିରାଟକାୟ ବୃକ୍ଷକୁ ଧରାଶାୟୀ କରିଥିଲା ରାତ୍ରି ର ଅନ୍ଧାର ଯେତେ ବଢୁ ଥିଲା ପବନର ବେଗ ସେତେ ବଢିବା ସହ ବର୍ଷା ର ପରିମାଣ ମଧ୍ୟ ବଢିବାକୁ ଲାଗୁଥିଲା।ଏଠାରେ ପବନର ବେଗ ପ୍ରାୟ ଶହେ କିମି ରୁ ଅଧିକ ଥିଲା ।

ଚାଳ ଛପର ଘର ଓ ଟିଣ ଘର ଅମ୍ଫାନ ଦ୍ଵାରା ପ୍ରଭାବିତ ହୋଇଥିଲା। ଅଂଛଳର ଥିବା ନଡ଼ିଆ, କଞ୍ଚା, ଲଙ୍କାଆମ୍ବ ଓ ଆମ୍ବ ଅମ୍ଫାନ ମାଡରେ ଧରାଶାୟୀ ହୋଇ ଚାଷୀକୁ ଖେତି ପହଞ୍ଚାଇଛି ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ଚନ୍ଦ୍ରଭାଗାର ସମୁଦ୍ର ଏହି ସମୟରେ ଅଶାନ୍ତ ହୋଇ ଉଛ ଜୁଆର ମାନ ଆସି  ରାସ୍ତାରେ ବାଲି ଭତ୍ରୀ ହୋଇଥିଲା।

ମଙ୍ଗଳବାର ରୁ ପବନର ବେଗ ବଢୁ ଥିବା ଦେଖି କୋଣାର୍କ ଏନ ଏ ସି ତରଫରୁ ରାତ୍ରି ସାତ ଟା ସୁଦ୍ଧା ତଳିଆ ଅଂଚଳରୁ ପ୍ରାୟ ଦୁଇଶହ ପରିବାରକୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ଓ ୱାର୍ଡ଼ ର ବିଭିନ୍ନ ସ୍କୁଲକୁ ସ୍ଥାନାନ୍ତରିତ କରିବାସହ ସେମାନଙ୍କୁ ଏନ ଏ ସି ତରଫରୁ ସକାଳୁ ଚୂଢା, ଗୁଡ, ବିସ୍ଚୁଟ ଦିଆଯାଇଥିଲା, ଅମ୍ଫାନ ମାଡରେ ଧରା ଶାୟୀ ହୋଇ ରାସ୍ତାରେ ପଡିଥିବା ଗଛ ଗୁଡିକୁ ସ୍ଥାନୀୟ ଚମ୍ପାହର ଅଗ୍ନ୍ନି ସମ ବାହିନୀ କର୍ମଚାରୀ ମାନଙ୍କ ଦ୍ୱାରା ସଫା କରାଯାଇ ଥିଲା।

ଅମ୍ଫାନ ପ୍ରଭାରେ କୋଣାର୍କ ଅଂଚଳ ରେ ବିଦ୍ୟୁତ ସରବରାହ ବନ୍ଦ ହୋଇଥିଲେ ମଧ୍ୟ ଦୁଧବାର ସନ୍ଧ୍ୟା ସୁଦ୍ଧା ଏହାକୁ ଠିକ କରାଯାଇପାରିନଥିଲା । ଅମ୍ଫାନ ର ସଫଳ ମୁକାବେଲା ପାଇଁ ଓ ଅଂଛଳର ଲୋକଙ୍କ ର  ଯେପରି କିଛି ଅସୁ ବିଧା ନହେବ ସେଥିପାଇଁ କୋଣାର୍କ ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ତାଙ୍କର ପୁରା ଟିମ ସହ ରାତ୍ରି ତମାମ ଅଫିସରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ।

LEAVE A REPLY

Please enter your comment!
Please enter your name here