ନୂଆଦିଲ୍ଲୀ : କିଛି ଚୀନ କମ୍ପାନୀ ପଇସା ଦେଇ ନିଜର ଜିନିଷ ଗୁଡିକୁ ନକଲି ଅମାଜୋନ ଅପ ମାଧ୍ୟମରେ ବିକ୍ରି କରୁଥିଲେ l ଫାଇନାସ୍ସିଆଲ ଟାଇମ୍ସର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି l ଜଣେ ବ୍ୟକ୍ତି ଅମଜୋନର ନକଲି ଅନଲାଇନ ଆପରେ ତିନି ମାସରେ ପାଖାପାଖି ୧୯ ଲକ୍ଷଟଙ୍କା ରୋଜଗାର କରିଛି l କିଛି ଚୀନର କମ୍ପାନୀ ପଇସାଦେଇ ନିଜ କମ୍ପାନୀର ଜିନିଷ ଗୁଡିକୁ ଏହି ଅମାଜୋନ ନକଲି ଆପ ମାଧ୍ୟମରେ ବିକ୍ରି କରୁଥିଲେ l ମିଳିଥିବା ସୂଚନା ଅନୁସାରେ ଭିୟୁଅର୍ସ ମାନେ ପଇସା ନେଇ ନକଲି ଅମାଜୋନରେ ୫ ଷ୍ଟାର ରେଟିଙ୍ଗ ଦେଉଥିଲେ l

ପ୍ରଥମେ ସେମାନେ ଜିନିଷ ଗୁଡିକୁ କିଣୁଥିଲେ ଓ ଏହି ନକଲି ଅମାଜୋନକୁ ୫ ଷ୍ଟାର ରେଟିଙ୍ଗ ଦେଉଥିଲେ l ପରେ ସେମାନଙ୍କୁ କମ୍ପାନୀ ପକ୍ଷରୁ ଏହି ପଇସା ରିଫଣ୍ଡ କରା ଯାଉଥିଲା ,ବେଳେବେଳେ ରିଫଣ୍ଡ ପଇସା ସହିତ ଆକର୍ଷଣୀୟ ଉପହାର ମଧ୍ୟ ମିଳୁଥିଲା l ଜଷ୍ଟିନ ହାୟର ନାମକ ବ୍ୟକ୍ତି Amazon.co.uk ଏକ ନମ୍ବର ରିଭିୟୁର ଅଟେ l ସେ ଅଗଷ୍ଟ ମାସରେ ୧୪ ଲକ୍ଷ ଟଙ୍କାର ଜିନିଷ ରିଭିୟୁ କରିଛି l ପ୍ରତ୍ୟକ ଚାରି ଘଣ୍ଟାରେ ସେ ଗୋଟିଏ ନୂଆ ଜିନିଷ କିଣି ୫ ଷ୍ଟାର ରେଟିଙ୍ଗ ଦେଉଥିଲା l ରିପୋର୍ଟ ଅନୁସାରେ ଜଷ୍ଟିନ ସେହି ଜିନିଷକୁ ପରେ E-BAY ନାମକ ଅନଲାଇନ ଆପରେ ବିକ୍ରି କରି ଦେଉଥିଲା l

ଜୁନ ମାସରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଜଷ୍ଟିନ ୧୯ ଲକ୍ଷ ଟଙ୍କାର ଜିନିଷ ବିକ୍ରି କରି ସାରିଛି l ଜଷ୍ଟିନ ଏହି ପଇସାକୁ ନେଇ ରିଭିୟୁ କରିଥିବାର ଆରୋପକୁ ଖଣ୍ଡନ କରିଛି l ଚୀନ କମ୍ପାନୀ ଗୁଡିକ ସୋସିଆଲ ମିଡ଼ିଆ ଗ୍ରୁପ ଓ ମେସେଜିଙ୍ଗ ଆପରେ ଏହି ଭାବରେ ରିଭିୟୁର୍ସ ମାନଙ୍କ ସହିତ ସମ୍ପର୍କ କରିଥାନ୍ତି ,ଯେଉଁ ମାନେ ପଇସା ନେଇ ନକଲି ରିଭିୟୁ କରି ପାରୁଥିବେ l ଟେଲିଗ୍ରାମ ଆପରେ ଏହି ପରି ନକଲି ରିଭିୟୁର୍ସ ମାନଙ୍କର ଗ୍ରୁପ ମିଳିଛି l

LEAVE A REPLY

Please enter your comment!
Please enter your name here