ଭୁବନେଶ୍ୱର : ଜାତୀୟ ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିଛି | ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭.୧% ଥିବାବେଳେ ରାଜ୍ୟର ଅଭିବୃଦ୍ଧି ହାର ହେଉଛି ୮.୨ ପ୍ରତିଶତ ବୋଲି ଆଜି ଦଳୀୟ କାର୍ଯ୍ୟଳଯ ଠାରେ ଆଯୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି | ଜାତୀୟ ଅର୍ଥନୀତି ନିମ୍ନଗାମୀ ହେଉଥିବା ବେଳେ ରାଜ୍ୟ ଅର୍ଥନୀତିରେ ଅଭିବୃଦ୍ଧି ଆସିଛି । ୨୦୧୩-୧୪ ଠାରୁ ଆଜିଯାଏଁ ପ୍ରତିବର୍ଷ ଲଗାତାର ରାଜ୍ୟର ଅର୍ଥନୀତି ହାର ରହିଛି ୮.୨ ପ୍ରତିଶତ ରହିଛି । ଯାହା ଜାତୀୟ ଅର୍ଥନୀତି ହାର ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ବୋଲି ସ୍ପଷ୍ଟ ସୂଚାଇ ଦେଉଛି ବୋଲି ସେ କହିଛନ୍ତି । ଏହାଛଡା ସେ ଉଲ୍ଲେଖ କରିଛନ୍ତି ଯେ ଦେଶ ତୁଳନାରେ ରାଜ୍ୟରେ ଅଧିକ ଅର୍ଥନେତିକ ଅଭିବୃଦ୍ଧି ଘଟୁଛି । ଦେଶ ଅପେକ୍ଷା ଗୋଟିଏ ପାଦ ଆଗରେ ରହିଛି ଓଡିଶା । ଶ୍ରୀ ପଟ୍ଟନାୟକ କହିଛନ୍ତି ଜାତୀୟ ହାର ଠାରୁ ରାଜ୍ୟର ଅଭିବୃଦ୍ଧି ଅଧିକ ରହିବା ଫଳରେ ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ଶିକ୍ଷା, ସାମଜିକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଘଟିଛି । ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଅର୍ଥନୈତିକ ହାର ଅଧିକ ରହିଛି । ସୂଚନାଯୋଗ୍ୟ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି । ଜିଡିପି ଅଭିବୃଦ୍ଧିର ହାର ୮.୨ ପ୍ରତିଶତରୁ ୭.୧ ପ୍ରତିଶତକୁ ଖସି ଆସିଛି । ବିମୁଦ୍ରୀକରଣ ଓ ଜିଏସଟି ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ମନ୍ଥର ହୋଇଛି ବୋଲି ଅନେକ ମତ ଦେଇଛନ୍ତି । ତେବେ ଜାତୀୟ ଠାରୁ ରାଜ୍ୟର ଅଭିବୃଦ୍ଧି ଅଧିକ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି |

 

Loading...

LEAVE A REPLY

Please enter your comment!
Please enter your name here