ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପୋଷ୍ୟ ସନ୍ତାନ ସପ୍ତାହ ପାଳନ ୧୬.୧୧.୨୦୧୮ତାରିଖରୁ ୨୦.୧୧.୨୦୧୮ତାରିଖ ୫ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଏହି ଅବସରରେ ଆଜି ଏକ ସଚେତନତା ରଥକୁ ଅତିରକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏହି ରଥ ୫ଦିନ ବ୍ୟାପି ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟି ଅଞ୍ଚଳରେ ପରିକ୍ରମା କରି ଲୋକମାନଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣର ସୁଫଳ ତଥା ଆଇନଗତ ଦିଗ ସଂପର୍କରେ ସଚେତନତା ସୃଷ୍ଟି କରିବ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁଚରଣ ରାଉତ,·ଇଲ୍ଡ ଲାଇନ କଲିକତାର ସଂଯୋଜକ ଅର୍କ ଲାହା ଏବଂ ଶିଶୁ ସୁରକ୍ଷା ଅଧିକାରୀ ଉଦୟନାଥ ସ୍ୱାଇଁ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here