ଭଦ୍ରକ :ପ୍ରାକ୍ତନ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକଫର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ଙ୍କ ୧୩୨ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ “ଗୁରୁ ସମ୍ମାନ’ରେ ସମ୍ମାନୀତ କରାଯାଇଛିା ଏମ୍‍ଇ ଓ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଓ ଗ୍ରାମୀଣ ଭଦ୍ରକରେ ବିଦ୍ୟାଳୟ ଶିକ୍ଷାର ଅଭିବୃଦ୍ଧି ଦିଗରେ ଇଂରାଜୀ, ଗଣିତ, ସାମାଜିକ ବିଜ୍ଞାନ, ଭୂଗୋଳ ଏବଂ ଶାରୀରିକ ଶିକ୍ଷା ବିଷୟରେ ଅତୁଳନୀୟ ଅବଦାନ ପାଇଁ ଦୋସିଙ୍ଗାର ସୁକୁମାର ଜେନା, କୋଇଥଖୋଲାର ରବିନାରାୟଣ ବେହେରା, କରଣପଲ୍ଲୀର ଦୁର୍ଯ୍ୟୋଧନ ପାଣିଗ୍ରାହୀ ଓ ବାଲୁମୁଣ୍ଡାର ଅନନ୍ତକୁମାର ଚାନ୍ଦଙ୍କୁ ଗୁରୁ ସମ୍ମାନଦ ପ୍ରଦାନ କରାଯାଇଛିା ଆଦାନୀ ଫାଉଣ୍ଡେସନ୍‍, ଆଦାନୀ ଧାମରା ପୋର୍ଟର ସଦସ୍ୟଙ୍କ ଉପସ୍ଥିତିରେ ଦୋସିଙ୍ଗା, କୋଇଥଖୋଲା, କରଣପଲ୍ଲୀ ଓ ବାଲିମୁଣ୍ଡା ସରପଞ୍ଚଙ୍କ ଦ୍ୱାରା ଏହି ଶିକ୍ଷକମାନଙ୍କୁ ସମ୍ମାନୀତ କରାଯାଇଥିଲାା ଆଦାନୀ ଧାମରା ପୋର୍ଟ ୨୦୧୨ମସିହାରୁ ଗୁରୁ ଦିବସ ପାଳନ କରିଆସୁଛି ଏବଂ ଆଜି ପର୍ଯ୍ୟନ୍ତ ପୋର୍ଟ ପାରିପାଶ୍ୱର୍ରୁ ୪୧ଜଣ ଶିକ୍ଷକଙ୍କୁ ଗୁରୁ ସମ୍ମାନରେ ସମ୍ମାନୀତ କରାଯାଇ ସାରିଛିା

LEAVE A REPLY

Please enter your comment!
Please enter your name here