ମୁମ୍ବାଇ: ଖ୍ୟାତନାମା କ୍ରିକେଟ୍‌ କୋଚ୍‌ ରମାକାନ୍ତ ଆଚରେକରଙ୍କୁ ଅଶ୍ରୁଳ ବିଦାୟ ଦେଇଛି କ୍ରିକେଟ ଜଗତ । ଗୁରୁବାର ଦ୍ରୋଣାଚାର୍ଯ୍ୟ ଆୱାର୍ଡି ଆଚରେକରଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ତାଙ୍କ ଶେଷଯାତ୍ରାରେ ପରମ ଶିଷ୍ୟ ତଥା କ୍ରିକେଟର ସଚିନ୍‌ ତେନ୍ଦୁଲକର ଓ ବିନୋଦ କାମ୍ବଲି ସାମିଲ ହୋଇଥିଲେ । ବୁଧବାର ମୁମ୍ବାଇ ଦାଦର ଅଞ୍ଚଳର ଶିବାଜୀ ପାର୍କ ସ୍ଥିତ ବାସ ବଭନରେ ଆଚରେକରଙ୍କ ୮୭ ବର୍ଷ ବୟସରେ ମୃତୁ୍ୟ ହୋଇଥିଲା ।
ଗୁରୁବାର ଆଚରେକରଙ୍କ ମରଶରୀରକୁ ଶିବାଜୀ ପାର୍କରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ପଡିଆ ବାହାରକୁ ତାଙ୍କ ମରଶରୀର ନିଆଯିବା ବେଳେ ଯୁବ କ୍ରିକେଟର ବ୍ୟାଟ ଟେକି ସମ୍ମାନ ଜଣାଇଥିଲେ । ଶବାଧାରରେ ସଚିନ ତେନ୍ଦୁଲକରଙ୍କ ସମେତ ବିନୋଦ କାମ୍ବଲି, ବଲବିନ୍ଦର ସିଂ ସାନ୍ଧୁ ଓ ଚନ୍ଦ୍ରକାନ୍ତ ପଣ୍ଡିତ୍‌ ପ୍ରମୁଖ ସାମିଲ ହୋଇଥିଲେ । ତେନ୍ଦୁଲକର ଗୁରୁ ଆଚରେକରଙ୍କୁ କାନ୍ଧ ଦେଇଥିଲେ ।
ମୁମ୍ବାଇ ସ୍ଥିତ ବାସଭବନରେ ଅତୁଲ ରାନାଡେ, ଅମୋଲ ମଜୁମଦାର, ରମେଶ ପାୱାର, ପାରସ ହାମ୍ବ୍ରେ, ରଣଜୀକୋଚ୍‌ ବିନାୟକ ସାମନ୍ତ, ନିଲେଶ କୁଲକର୍ଣ୍ଣୀ, ବିନୋଦ ରାଘବନ, ପ୍ରଦୀପ ସୁନ୍ଦରାମ, ରତ୍ନାକର ସେଟ୍ଟୀ, ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ, ବିଜେତା ନେତା ଆଶିଷ ସେଲାର, ମେୟର ବିଶ୍ୱନାଥ ମହାଦେବେଶ୍ୱର ତଥା ହଜାର ହଜାର ସଂଖ୍ୟାରେ କ୍ରିକେଟ୍‌ ପ୍ରେମୀ ଆଚରେକରଙ୍କ ମରଶରୀରର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here