ଭୁବନେଶ୍ୱର : ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅଭିଜିତ୍ ଅାୟର ମିତ୍ରଙ୍କ ଅନୁରୋଧ। ଏନେଇ ଅଭିଜିତ୍ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଜରିଅାରେ ଚିଠି ଲେଖିଛନ୍ତି।

ତେବେ ଗତ ମାସ ୨୦ ତାରିଖରେ ଅାୟାର ଏହି ଚିଠି ଲେଖିଥିଲେ ମଧ୍ୟ ଜେଲ୍ ଜିଅାଇଜି ଅାଜି ଏହାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ନିଜ ମନ୍ତବ୍ୟ ଲାଗି ସେ କ୍ଷମା ମାଗିଥିଲେ ଓ ଗତ ମାସ ୧୬ ତାରିଖରୁ ଓଡ଼ିଶା ବିଧାନସଭା ତାଙ୍କୁ କ୍ଷମା ଦେଇସାରିଛି। ସେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ମନ୍ତବ୍ୟ ଦେଇନଥିଲେ। ତେଣୁ ଓଡ଼ିଶା ସରକାର ତାଙ୍କ ବିରୋଧରେ ହୋଇଥିବା ଦୁଇଟି ମାମଲାକୁ ପ୍ରତ୍ୟାହାର କିମ୍ବା ଖାରଜ କରିଦେବାକୁ ସେ ନିବେଦନ କରିଛନ୍ତି।

ସେପଟେ ପେଟରେ ଯନ୍ତ୍ରଣା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତ୍‌ଙ୍କ ଚିକିତ୍ସା ଜାରି ରହିଛି। ତେବେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅନୁମତି ଦେବାକୁ ତାଙ୍କ ଓକିଲଙ୍କ ପକ୍ଷରୁ ଏସ୍‌ଡିଜେଏମଙ୍କ କୋର୍ଟରେ ଅାବେଦନ କରାଯାଇଛି। ସେପଟେ ଅଭିଜିତ୍‌ଙ୍କ ଅାବେଦନ ଉପରେ କୌଣସି ନିଷ୍ପତ୍ତି ହୋଇନଥିବା ବିଜେଡି ମୁଖପାତ୍ର କହିଛନ୍ତି।

nalco

LEAVE A REPLY

Please enter your comment!
Please enter your name here