କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଆଦିବାସୀ ବିପଣନ ବିକାଶ ସମବାୟ ମହାସଂଘ ପକ୍ଷରୁ ଭୁବନେଶ୍ୱରର ଜନତା ମଇଦାନଠାରେ ଆଦି ମହୋତ୍ସବ ଚଳିତ ମାସ ପହିଲାଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୧୧ଟାଠାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲା ରହୁଥିବା ଏହି ମେଳାରେ ୧୦୫ଟି ଷ୍ଟଲ ସ୍ଥାନ ପାଇଥିବା ବେଳେ ଦେଶର ୨୨ଟି ରାଜ୍ୟରୁ ୨୧୦ ଜଣ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି । ୪୫ ଜଣ ଶିଳ୍ପୀଙ୍କୁ ନେଇ ଓଡ଼ିଶାର ମଧ୍ୟ ୧୮ଟି ଷ୍ଟଲ ଏଥିରେ ସ୍ଥାନ ପାଇଛି ।
ଏହି ମହୋତ୍ସବ କାଠ ଓ ବାଉଁଶ ନିର୍ମିତ କାରୁକାର୍ଯ୍ୟ, ଚିତ୍ରକଳା, ଘାସ ନିର୍ମିତ ବିଭିନ୍ନ ଦ୍ରବ୍ୟ (ଚନ୍ଦେରୀ, ମାହେଶ୍ୱରୀ, ବାଗ ଛାପା, କୋଷା ସିଲକ ଶାଢ଼ୀ ଓ ଦୁପଟ୍ଟା ଭଳି ଆଦିବାସୀ ବୟନ ସାମଗ୍ରୀ, ଲାଖ ଶଙ୍ଖା, ନାଗା ଛାଲ, ହିମାଚଳୀ କାଠ ସାମଗ୍ରୀ, ମୂର୍ତି କଳାକୃତି ଓ ଅନ୍ୟାନ୍ୟ ଜଙ୍ଗଲଜାତ ସାମଗ୍ରୀ ଓ ଔଷଧୀୟ ଗୁଳ୍ମରାଜି ମଧ୍ୟ ଷ୍ଟଲ ଜରିଆରେ ଉପଲବ୍ଧ ହେଉଛି । ଏହାବ୍ୟତୀତ ପ୍ରତିଦିନ ସନ୍ଧ୍ୟା ୭ଟା ପରଠାରୁ ଆମ ରାଜ୍ୟର ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଇତ୍ୟାଦି ଜିଲ୍ଲାର ଆଦିବାସୀ କଳାକାରମାନେ ସେମାନଙ୍କ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here