ଛତିଶଗଡ଼ ଓ ଓଡ଼ିଶାର ସବୁଠାରୁ ବଡ ନଦୀ ହେଲା ମହାନଦୀ l ପ୍ରାଚୀନ କାଳରେ ମହାନଦୀର ଅନ୍ୟ ନାମଥିଲା ଚିତ୍ରୋପ୍ତଳା ଓ ନୀଳୋତ୍ପଳ l ମହାନଦୀର ଜନ୍ମ ଛତିଶ ଗଡର ରାୟପୁର ନିକଟ ବର୍ତ୍ତୀ ସିହାବା ନାମକ ପର୍ବତରୁ ହୋଇଥିଲା l ମହାନଦୀକୁ ଛତିଶ ଗଡର ଗଙ୍ଗା ବୋଲି କୁହାଯାଏ l ମହାନଦୀର ଦୂରତା ୮୫୮ କିଲୋମିଟର ଅଟେ l ମହାନଦୀ ୩ ଟି ରାଜ୍ୟକୁ ଜଳ ମାର୍ଗରେ ଯୋଡ଼ିଛି l ସେହି ରାଜ୍ୟଗୁଡିକ ହେଲା ଛତିଶ ଗଡ ,ଓଡିଶା ଓ ପଶ୍ଚିମ ବଙ୍ଗଳା l ମହାନଦୀ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ପ୍ରବେଶ କରିବା ପରେ ଛତିଶ ଗଡରୁ ବିଦା ହୋଇଯାଏ l ମହାନଦୀର ଅଧା ରୁ ଅଧିକ ରାସ୍ତା ଛତିଶ ଗଡରେ ହିଁ ସରିଯାଏ l ଭାରତର ପ୍ରମୁଖ ଡ୍ୟାମ ମାନଙ୍କ ମଧ୍ୟରେ ୩ ଟି ଡ୍ୟାମ ମହାନଦୀ ଉପରେ ତିଆରି କରାଯାଇଛି l ସେହି ଡ୍ୟାମ ଗୁଡିକ ହେଲା ୠଦ୍ରୀ ,ହୀରାକୁଦ ଓ ଗଙ୍ଗରେଳ ପ୍ରମୁଖ ଅଟେ l

ମହାନଦୀ ଏକ ପ୍ରାଚୀନ ନଦୀ ହୋଇଥିବାରୁ ପୁରାଣ ଯୁଗରେ ମଧ୍ୟ ଏହାର ବର୍ଣନା କରାଯାଇଛି l ମହାଭାରତ ଯୁଗରେ ମହାନଦୀ କୂଳରେ ଆର୍ଯ୍ୟ ମାନେ ବାସ କରୁଥିଲେ l ରାମାୟଣ ଯୁଗରେ ଇକ୍ଷଙ୍କୁ ବଂଶର ରାଜାମାନେ ମହାନଦୀ ତଟରେ ବାସ କରୁଥଲେl ପୁରାତନ ଯୁଗରେ ଏହି ୩ ଟି ରାଜ୍ୟ ମଧ୍ୟରେ ଯିବା ଆସିବା କରିବା ପାଇଁ ମହାନଦୀକୁ ଜଳ ମାର୍ଗ ଭାବରେ ବ୍ୟବହାର କରାଯାଉଥିଲା l ଐତିହାସିକ ମାନଙ୍କ ମତରେ ଏହି ୩ ଟି ରାଜ୍ୟର ଲୋକ ମାନେ ବ୍ୟବସାୟ ବାଣିଜ୍ୟରେ ଆଦାନ ପ୍ରଦାନ ପାଇଁ ମହାନଦୀ ଓ ଏହାର ଶାଖା ନଦୀ ମାନଙ୍କରେ ନୌକା ସାହାଯ୍ୟରେ ଯିବାଆସିବା କରୁଥିଲେ l

ଗିବସନ ନାମକ ଜଣେ ଇଂରେଜ ବିଦ୍ୱାନ ଲେଖିଛନ୍ତି ଯେ ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଗୋଟିଏ ଛୋଟ ଦ୍ୱୀପ ଥିଲା l ଏଠାରେ ଅଧିକ ହୀରା ମିଳିଥିବାରୁ ଏହାର ନାମ ହୀରାକୁଦ ହୋଇଥିଲା l ସେହି ସମୟରେ ବିଶ୍ୱରେ ହୀରାକୁଦର ହୀରାର ଚାହିଦା ଅଧିକ ଥିଲା l କିନ୍ତୁ ରୋମ ଦେଶର ଲୋକମାନଙ୍କ ପାଖରେ ହୀରାକୁଦ ର ହୀରା ଅଧିକ ପ୍ରିୟ ଥିଲା l କାରଣ ମହାନଦୀର ପାଣିରେ ରୋମ ର ମୁଦ୍ରା ମିଳିଥିବାରୁ ଐତିହାସିକ ମାନେ ହୀରାକୁଦ ସହିତ ରୋମ ସଭ୍ୟତାର ସମ୍ପର୍କ ଥିଲା ବୋଲି ମତ ଦେଇଛନ୍ତି l ପ୍ରସିଦ୍ଧ ଚୀନ ଦାର୍ଶନିକ ହ୍ବେନ୍ସାଂ ମଧ୍ୟ ନିଜର ଜଳ ଯାତ୍ରା ସମୟରେ ଲେଖିଥିଲେ କି କଳିଙ୍ଗର ଲୋକମାନେ ହୀରାକୁଦରୁ ହୀରା ନେଇ ଭାରତ ବାହାରେ ବାଣିଜ୍ୟ କରୁଥିଲେ l

LEAVE A REPLY

Please enter your comment!
Please enter your name here