ଇସଲାମାବାଦ: ପାକିସ୍ତାନ କରାଚିରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି। ତେବେ ଦୁର୍ଘଟଣାରୁ ସୌଭାଗ୍ୟବସତଃ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ୩ ଜଣ ଯାତ୍ରୀ। ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଲାହୋରରୁ କରାଚି ଅଭିମୁଖେ ଆସୁଥିବା ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PIAର Airbus A320 ଯାତ୍ରୀବାହୀ ବିମାନ ଅବତରଣର ଗୋଟିଏ ମିନିଟ୍ ପୁର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ୧୦୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିବା ବିମାନଟି କରାଚିର ଜିନ୍ନା ଏୟାରପୋର୍ଟରେ ଅବତରଣ କରିବା ପୂର୍ବରୁ ଏକ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା।

ଦୁର୍ଘଟଣାସ୍ଥଳରୁ ପ୍ରବଳ ଧୂଆଁ ବାହାରିବା ସହ ସମଗ୍ର ଅଞ୍ଚଳ କଳା ଧୂଆଁମୟ ହୋଇଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବାରୁ ବିମାନରେ ଆହୁରି କିଛି ଯାତ୍ରୀ ଜୀବୀତ ଥିବା ଆଶା କରାଯାଉଛି। ସେପଟେ ଦୁର୍ଘଟଣାରେ ଅନ୍ୟମୃତାହତଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳି ପାରିନାହିଁ। ଦୁର୍ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଆହତମାନଙ୍କ ନିକଟସ୍ଥ ଡାକ୍ତରଖାନାରେ ଚିକିଇତ୍ସା କରାଯାଉଛି।

LEAVE A REPLY

Please enter your comment!
Please enter your name here