ନୂଆଦିଲ୍ଲୀ ,୮/୧୧ : ଶୁକ୍ରବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ଲାଲକୃଷ୍ଣ ଆଡଭାନୀଙ୍କ ୯୨ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇବା ସହ ଭାରତୀୟଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ପାଇଁ ପ୍ରଶଂସା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ଘରକୁ ଯାଇଥିଲେ । ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି : ଆମ ନାଗରିକମାନଙ୍କୁ ସଶକ୍ତ କରାଇବାରେ ପଣ୍ଡିତ, ରାଜନୀତିଜ୍ଞ ଏବଂ ଅନ୍ୟତମ ବରିଷ୍ଠ ସମ୍ମାନଷ୍ପଦ ନେତା ଶ୍ରୀ ଲାଲ୍ କୃଷ୍ଣ ଆଡଭାନୀଙ୍କ ଅସାଧାରଣ ଅବଦାନ ନିମନ୍ତେ ତାଙ୍କୁ ଭାରତ ସଶ୍ରଦ୍ଧ ସ୍ମରଣ ରଖିବ । ଜନ୍ମଦିନରେ ସମାନସ୍ପଦ ଆଡଭାନୀଙ୍କୁ ମୋର ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଦୀର୍ଘ ନିରାମୟ ଜୀବନ ଲାଗି ପ୍ରାର୍ଥନା କରୁଛି ।

LEAVE A REPLY

Please enter your comment!
Please enter your name here