ଅଭିନେତ୍ରୀ ଓ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସହିତ ଟାକ୍ସି ଡ୍ରାଇଭର୍‌ କରିଥିବା ଦୁର୍ବ୍ୟବହାର ନିଜ ଉପରେ ଭାରି ପଡ଼ିଛି । ମିମି ତାଙ୍କ ଗାଡ଼ିରେ ବସି କୁଆଡ଼େ ଯାଉଥିଲେ । ଏହି ସମୟରେ ଡ୍ରାଇଭର୍‌ ତାଙ୍କୁ ଦୁର୍ବ୍ୟବହାର କରି ଚାଲିଗଲେ । ମିମି ତାଙ୍କୁ ଜବରଦସ୍ତ ଶିକ୍ଷା ଦେଇଛନ୍ତି । ମିମିଙ୍କ ସହ ଏପରି ବ୍ୟବହାର କରିଥିବା ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସମ୍ପର୍କରେ ପୋଲିସ ମିଡିଆକୁ ସୂଚନା ଦେଇ କହିଛି ମିମି ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ୩୨ ବର୍ଷୀୟ ଦେବା ୟାଦବ । ମିମି ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଓ ଗାୟିକା । ୨୦୧୯ରେ ଜାଦବପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here