ଆମେ ସାଧାରଣତଃ ସ୍ଥଳଭାଗରେ ରହୁଥିବା ଭାଲୁ କଥା ଜାଣିଛୁ । କିନ୍ତୁ ପାଣି ଭାଲୁ ପାଣିରେ ରହିବା ସହ ଯେକୌଣସି ବାତାବରଣ ସହ ନିଜକୁ ଖାପଖୁଆଇ ପାରେ । ପାଣି ଭାଲୁ ‘ଟାର୍ଡଗ୍ରେଡ୍‌’ ନାମରେ ବି ପରିଚିତ । ସାଧାରଣ ଭାଷାରେ ୱାଟର୍‌ ବିୟର୍‌ କୁହାଯାଏ । ଏମାନେ ସନ୍ତସନ୍ତିଆ ସ୍ଥାନରେ ବାସ କରିଥାନ୍ତି । ବିଶେଷଜ୍ଞମାନେ ଟାର୍ଡିଗ୍ରେଡ୍‌ଙ୍କ ଦୁଇଟି ପ୍ରଜାତିର ଡିଏନ୍‌ଏ ଡିକୋଡ କରି ଏହି ଜିନ୍‌ର ସନ୍ଧାନ କରିଥିଲେ ଯେ ଯେକୌଣସି ପରିସ୍ଥିତିରେ ଏମାନେ ନିଜକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏହି ଅସାଧାରଣ ସାମର୍ଥ୍ୟର କାରଣ ଜେନେଟିକ୍‌ । ଏମାନେ ମହାକାଶରେ ମଧ୍ୟ ତିଷ୍ଠିପାରିବେ । ଏମାନଙ୍କର ୮ଟି ମୋଟା ମୋଟା ପାଦ ଓ ଥୋଡ଼ି ଅଛି । ମୁଣ୍ଡ ଓ ଲାଞ୍ଜର ବିକାଶକୁ ନିୟନ୍ତ୍ରିତ କରିବା ପାଇଁ ଏଚ୍‌ଓଏକ୍ସ ଜିନ୍‌ର ସଂଖ୍ୟା ମାତ୍ର ୫ ଯାହା କୃମି ଭଳି । ଆକାର ଦୃଷ୍ଟିରୁ ଏହାକୁ ପଶୁ ଶ୍ରେଣୀଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here