ଭୁବନେଶ୍ୱର ,୩୦/୬ : ଆଜିଠୁ ରାଜ୍ୟର ସମସ୍ତ ମଦ କାଉଂଟରରେ ମିଳିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମଦ ଦୋକାନ ଖୋଲାରହିବ । କାଉଂଟର ଗୁଡ଼ିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଦ କାଉଂଟରରେ ହେଉଥିବା ଭିଡ଼କୁ ଏଡାଇବା ପାଇଁ ଇ-ଟୋକନ କରିଆରେ ମଦ ବିକ୍ରି କରାଯିବ ବୋଲି ଜଣାପଡିଛି । ଏଥିସହିତ କାଉଂଟର ସାମ୍ନାରେ ଯେପରି ଅଯଥା ଭିଡ଼ ନହୁଏ ସେଥିପ୍ରତି ଦୋକାନୀ ଧ୍ୟାନ ଦେବେ । ଆବଶ୍ୟକ ପଡ଼ିଲେ କାଉଂଟର ସାମ୍ନାରେ ବ୍ୟାରିକେଡ କରିବେ । କାଉଂଟରରେ ଅଧିକ କର୍ମଚାରୀ ନିୟୋଜିତ କରିବା ସହ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବେ । ଧାର୍ଯ୍ୟ ମୂଲ୍ୟ ଅନୁସାରେ କାଉଂଟରରେ ମଦ ବିକ୍ରି କରିପାରିବେ । ଆଜିଠାରୁ କାଉଂଟର ଖୋଲୁଥିଲେ ମଧ୍ୟ ପୂର୍ବଭଳି ମଦ ହୋମ୍ ଡେଲିଭରି ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ମଦ ଦୋକାନରେ ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ‘ଅନ୍‌’ ସପ୍ ଗୁଡିକ ‘ଅଫ’ ସପ୍ ଭାବେ ବିକ୍ରି କରିପାରିବେ, ଏହାଫଳରେ ଅଧିକ କାଉଂଟରରେ ମଦ ବିକ୍ରି ହୋଇପାରିବ ଏବଂ ଭିଡ଼ କମ୍ ହେବ । ସେହିପରି ମଦ କିଣିବାକୁ ଯାଉଥିବା ସାମାଜିକ ଦୂରତା ବଜାଇ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ପିନ୍ଧି ନଥିଲେ ମଦ ମିଳିବ ନାହିଁ । ଗ୍ରାହକ କିପରି ଭିଡ଼ ନକରିବେ ଏବଂ ସାମାଜିକ ଦୂରତା ବଜାଇ ରଖିବେ ତାହା ଦୋକାନୀ ଧ୍ୟାନ ଦେବେ । ଯଦି କୌଣସି କାଉଂଟର ନିୟମ ଉଲଙ୍ଘନ କରନ୍ତି ତେବେ ତାହା ସିଲ୍ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here