ବିରିଡି, ୧୭ା୦୫ ; ବିରିଡି ବ୍ଲକ ୨୨ ମୌଜା ମଙ୍ଗୁଲି ସ୍ଥିତ ଅଗ୍ରଣୀ ସ୍ୱଚ୍ଛା ସେବୀ ଅନୁଷ୍ଠାନ ବସୁମାତା ପକ୍ଷରୁ ୫ ଟି ପଂଚାୟତରେ କ୍ୱରେନଟାଇନ କେନ୍ଦ୍ରଗୁଡିକୁ ବିଶୋଧନ କରାଯାଉଥିଲା । ବସୁମାତା ସମ୍ପାଦକ ଗୟାଧର ମହାନ୍ତି ଙ୍କ ତତ୍ୱବଧାନରେ ଅକ୍ଷୟ କୁମାର ବେହେରା ଓ ସୁରେଶ କୁମାର ଜେନା ଷ୍ପ୍ରେ ମେସିନ ସାହାର୍ଯ୍ୟରେ ସେଂଟର ଗୁଡିକୁ ସାନିଟାଇଜିଙ୍ଗ କରିଥିଲେ ।

ଉକୁନ୍ଦରା, ପୁରଣ, ବାରେଡିଆ, ମଙ୍ଗୁଲି, ବାଗଲପୁର, ବୁଢାପଡା ଓ ଗୋପିନାଥପୁର ପଂଚାୟତ କ୍ୱରେନଟାଇନ ସେଂଟର ସମେତ ପୁରଣ ଓ ଉକୁନ୍ଦରା ହାଟ ବଜାରକୁ ଯାଇ ସାନିଟାଇଜିଙ୍ଗ କରିଥିଲେ । ଏହି ସାନିଟାଇଜିଙ୍ଗ କରିବା ସମୟରେ ବାଗଲପୁର ସରପଂଚ ନିବେଦିତା ମାଣିଆ, ସମିତି ସଭ୍ୟା ବିଭାସୀନି ପଟ୍ଟନାୟକ, ପୂରଣ ସରପଂଚ ସୁଭଦ୍ରା ଭୋଇ, ବୁଢାପଡା ସରପଂଚ ପୁଷ୍ପ ପ୍ରକାଶ ପ୍ରଧାନ ଉପସ୍ଥିତ ଥିବା ବେଳେ ଅଙ୍ଗନଓାର୍ଡି କର୍ମି, ଆଶା କର୍ମି ଓ ଶିକ୍ଷକମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here