ପଞ୍ଜାବ : ପଞ୍ଜାବ ପଠାନ୍‌କୋଟ୍‌ର ଦିବ୍ୟାଙ୍ଗ ଭିକାରି ରାଜୁ ଭିକ ମାଗି ପେଟ ପୋଷିବା ସହିତ ମହାମାରୀ ସମୟରେ ୧୦୦ ଗରିବ ପରିବାରଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ଓ ୩ ହଜାର ମାସ୍କବାଣ୍ଟି ସାରିଲାଣି । ଟ୍ରାଇସାଇକେଲ୍‌ରେ ବସି ଭିକ ମାଗୁଥିବା ରାଜୁ ପୂର୍ବରୁ ୨୨ ଗରିବ ଝିଅଙ୍କୁ ବାହା କରାଇଛି । ଯେତିକି ଟଙ୍କା ଦରକାର ସେତିକି ଖର୍ଚ୍ଚ କରି ବଳକା ଅର୍ଥକୁ ସେ ଦାନ କରି ଦିଏ । ଏହା ଛଡ଼ା କେତେକ ଗରିବ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ବି ବହନ କରୁଛି ରାଜୁ ।

LEAVE A REPLY

Please enter your comment!
Please enter your name here