କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୪୦ ଜଣ ପ୍ରବାସୀ ଦୀର୍ଘ ଦିନ ହେଲା ରାଜସ୍ଥାନର ଜୟପୁର ଓ ଆଖପାଖ ଅଂଚଳରେ ରହି ଜୀବିକା ଅର୍ଜନ କରୁଥିଲେ । କରୋନା ଭୂତାଣୁ ସଂକ୍ରମଣ ଜନିତ ଲକଡାଉନ କଟକଣା ରେ ସେଠାରେ କାମଧନ୍ଦା ବନ୍ଦ ହୋଇ ଯାଇଥିବାରୁ ଏହି ୪୦ ଜଣ ଗାଁ କୁ ଫେରିବା ପାଇଁ ନାମ ପଞ୍ଜିକରଣ କରିଥିଲେ ।

ପ୍ରବାସୀ ଶ୍ରମିକଙ୍କ ଯାତାୟତ ପାଇଁ ରେଳ ଚଳାଚଳ ଆରମ୍ଭ ହେବାପରେ ଏହି ଶ୍ରମିକ ମାନେ ରାଜସ୍ଥାନରୁ ଆସି ଶନିବାର କେନ୍ଦ୍ରାପଡାରେ ପହଁଚିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରାଜନଗର ର ବିଭିନ୍ନ ସଂଗରୋଧ ଶିବିର ରେ ସଂଗରୋଧ ରେ ରଖା ଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here