ଭୁବନେଶ୍ୱର : ୨୦୧୯ ଜୁଲାଇ ସୁଦ୍ଧା ଭୁବନେଶ୍ୱର ବିମାନ ଘାଟିରେ ତୃତୀୟ ଟର୍ମିନାଲର କାର୍ଯ୍ୟ ଆରମ୍ଭ ହେବ । ଏଥିରେ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩ ବର୍ଷରେ ଏହି ଟଙ୍କା ବ୍ୟୟ କରାଯିବ । ଏହି ତିନୋଟି ଟର୍ମିନାଲ ହେଲେ ବର୍ଷକୁ ବିମାନ ଯାତ୍ରୀଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷରେ କହଂଚିବ ବୋଲି ଲକ୍ଷ ରଖାଯାଇଛି । ବର୍ତମାନ ବର୍ଷକୁ ୩୫ ଲକ୍ଷ ବିମାନ ଯାତ୍ରୀ ଯିବା ଆସିବା କରୁଛନ୍ତି । ସେହିପରି ଚଳିତ ଡିସେମ୍ବର ସୁଦ୍ଧା ଜୟପୁର ଓ ରାଉରକେଲାରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ଓଡିଶା ଗସ୍ତରେ ଆସିଥିବା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏହି ସୂଚନା ଦେଇଥିଲେ ।
ସୋମବାର ଦିନ ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଅ ।ଲୋଚନା ହୋଇଥିଲା । ଉକ୍ତ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ, ଅ ।ସନ୍ତା ଜୁଲାଇ-ଅଗଷ୍ଟରୁ ଟି-ଥ୍ରୀ ର୍ନିମାଣ କାର୍ଯ୍ୟ ଅ ।ରମ୍ଭ କରାଯାଇ ୩ ବର୍ଷ ମଧ୍ୟରେ ଶେଷ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା ।ଏହି ଟର୍ମିନାଲ୍ ନିର୍ମାଣ ହେଲେ ଭୁବନେଶ୍ୱର ଏୟାରପୋର୍ଟର ବାର୍ଷିକ ଯାତ୍ରୀ କ୍ଷମତା ୧ କୋଟି ୧୫ ଲକ୍ଷରେ ପହଂଚିପାରିବ । ଏବେ ଏହା ମାତ୍ର ୩୫ ଲକ୍ଷ ରହିଛି ।
ସେହିପରି ଭୁବନେଶ୍ୱର ଉପକଣ୍ଠରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଅ ।ଲୋଚନା ହୋଇଥିଲା । ଏଥିପାଇଁ ଗଠିତ କମିଟି ଅ ।ସନ୍ତା ଡିସେମ୍ବର ୧୦ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ । ସେହିପରି ଝାରସୁଗୁଡା ଏୟାରପୋର୍ଟ ଲୋକାର୍ପିତ ହେବାର କିଛି ଦିନ ପରେ ଏଠାରୁ ଚଳାଚଳ କରୁଥିବା ଏୟାର ଓଡ଼ିଶା ବିମାନ ସେବା ବନ୍ଦ ରହିଛି । ଏୟାର ଓଡ଼ିଶାର ଲାଇସେନ୍ସ ବାତିଲ ହେବା ପରେ ଏଠାରୁ ପୁଣିଥରେ ବିମାନ ସେବା ଅ ।ରମ୍ଭ କରିବାକୁ ବିଡିଂ ପ୍ରକ୍ରିୟା ·ଲିଛି । ଜାନୁୟାରୀ ପ୍ରଥମ ସପ୍ତାହରେ ଟେଣ୍ଡର ଫାଇନାଲ କରାଯାଇ ଖୁବ୍ଶୀଘ୍ର ପୁଣି ବିମାନ ଚଳଚଳ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଅ ।ଶା ବ୍ୟକ୍ତ କରିଛନ୍ତି ।
ଅପରପକ୍ଷରେ ଓଡ଼ିଶାରେ ଏୟାର କନେକ୍ଟିଭିଟି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି । ତେଣୁ ରାଜ୍ୟରେ ଥିବା ଅନ୍ୟ ଛୋଟ ଛୋଟ ଏୟାରଷ୍ଟ୍ରିପ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଜୟପୁର ଓ ଉକ୍ରେଲା ଏୟାରଷ୍ଟ୍ରିପ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।

Loading...

LEAVE A REPLY

Please enter your comment!
Please enter your name here