ଭୁବନେଶ୍ୱର: ଓଡିଶାରେ ହକିର ବିଶ୍ୱ କପ ଆୟୋଜନ କରି ଦେଶବିଦେଶରେ ଚର୍ଚ୍ଚା ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବା କାର୍ଯ୍ୟକାରି କରିବାରେ ଅଣ୍ଟା ଭିଡିଛନ୍ତି । ନବୀନ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ରାସ୍ତାରେ ଚାଲି ମହିଳାଙ୍କ ପାଇଁ ଉଦାହରଣ ସାଜିବାକୁ ଯୋଜନା କରିଛନ୍ତି । ସର୍ବପ୍ରଥମେ ବିଜୁବାବୁ ୯୦ଦଶକରେ ପଂଚାୟତ ଓ ପୌରସଂସ୍ଥା ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷିତ ରଖି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ଏହା ପରେ ନବୀନ ପଟ୍ଟନାୟକ ଏହି ସଂର କ୍ଷଣକୁ ୫୦ ପ୍ରତିଶତକୁ ବଢାଇଥିଲେ । କିନ୍ତୁ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷିତ ହୋଇପାରୁନାହିଁ । ରାଜନୀତିକ ଦଳଙ୍କ ଭିତରେ ସହମତି ଆସି ପାରୁ ନଥିବାରୁ ଏହା ଅଟକି ରହିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କେନ୍ଦ୍ରରେ ଥିଲାବେଳେ ୩୩ ପ୍ରତିଶତ ସଂରକ୍ଷଣ ଲାଗି ବିଲ ଆଣି ସଫଳ ହୋଇପାରିନଥିଲେ । ଏବେ ବିଜେପି ନେତୃତ୍ୱଧୀନ ଏନଡିଏ ସରକାର ମଧ୍ୟ ସର୍ମଥ ହୋଇପାରୁନାହାନ୍ତି । ଯାହା ୟୁପିଏ ଓ ଏନଡିଏ ବେଳେ ହୋଇପାରୁନାହିଁ ସେଭଳି ଏକ କାର୍ଯ୍ୟ ସଫଳ ରୂପରେଖ ଦେବା ଲାଗି ନବୀନ ଅଣ୍ଟା ଭିଡିଛନ୍ତି । ସମଗ୍ର ଦେଶରେ ଏକ ଇତିହାସ ସୃଷ୍ଟି କରିବାକୁ ଚାହିଁଛନ୍ତି । ବିଜେଡି ଏକ ଆଂଚଳିକ ଦଳ । ଦଳ ହାତରେ ଏହି କାର୍ଯ୍ୟ ସମ୍ଭବ ନୁହେଁ । କିନ୍ତୁ ଉଦ୍ୟମ କରି ସମସ୍ତଙ୍କୁ ଯଦି ଏକାଠି କରିପାରିଲେ ଏବଂ କାର୍ଯ୍ୟ ହାସଲ ହୋଇପାରିଲା ତେବେ ନିଶ୍ଚିତ ଭାବରେ ଇତିହାସ ସବୁଦିନ ପାଇଁ ନବୀନଙ୍କୁ ମନେ ରଖିବ । ଏହି ଲକ୍ଷ୍ୟ ରଖି ଏ ଦିଗରେ ନବୀନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଆଜି ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଦଳର ସମସ୍ତ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଡାକି ଜରୁରୀ ବୈଠକ କରିଛନ୍ତି । ଏହି ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୧୧ ତାରିଖ ସୁଦ୍ଧା ଦେଶର ସମସ୍ତ ଜାତୀୟ ଓ ଆଂଚଳିକ ଦଳମାନଙ୍କ ମୁଖିଆଙ୍କ ପାଖରେ ପହଁଞ୍ଚି ବିଜେଡି ନେତାମାନେ ଦଳ ସୁପ୍ରିମୋଙ୍କ ବାର୍ତ୍ତା ରଖିବେ । ମହିଳା ସଂରକ୍ଷଣ ବିଲ୍ ପାର୍ଲାମେଣ୍ଟରେ ଗୃହିତ କରାଇବା ଦିଗରେ ସର୍ମଥନ ଦେବାକୁ ଅନୁରୋଧ କରିବେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକର୍ତ୍ତା ବୈଠକରେ ନିଷ୍ପତ୍ତି ନେଲେ ଯେ ବିଧାନସଭାରେ ସର୍ବ ସମ୍ମତକ୍ରମେ ମହିଳାମାନଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସରଂକ୍ଷଣ ରଖିବାକୁ ଯେଉଁ ସଂକଳ୍ପ ପାରିତ କରାଯାଇଛି ତାହାକୁ କିପରି କାର୍ଯ୍ୟକାରି କରାଯାଇପାରିବ ସେ ଦିଗରେ ଉଦ୍ୟମ କରାଯିବ । ଏଥିନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏଥିରେ ଦେଶର ଜାତୀୟ ଓ ଆଂଚଳିକ ଦଳ ସମସ୍ତଙ୍କର ସର୍ମଥନ ଆବଶ୍ୟକ ରହିଛି । ୟୁପିଏ ସରକାର ସମୟରେ ୨୦୦୪ରେ ନିର୍ବାଚନ ପ୍ରତିଶୃତି ଦେଇଥିଲେ ଯେ, ମହିଲାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ । ୨୦୧୪ରେ ଏନଡିଏ ମଧ୍ୟ ନିର୍ବାଚନ ପ୍ରତିଶୃତି ଦେଇଥିଲା ମହିଳାମାନଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ସ୍ଥାନ ସଂର କ୍ଷଣ କରିବ । କିନ୍ତୁ ଏ ପ ର୍ଯ୍ୟନ୍ତ ଏହା ହୋଇପାରି ନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କଥାକୁ ବିଜୁବାବୁ ଦିନେ ଆରମ୍ଭ କରିଥିଲେ ତାକୁ କିପରି କାର୍ଯ୍ୟକାରି କରାଯିବ ସେଥିଲାଗି ନେବାକୁ କହିଛନ୍ତି । ସେ କହିଛନ୍ତି ଆସନ୍ତା ୧୧ ତାରିଖ ଭିତରେ ୭ଟି ଜାତୀୟ ଦଳ ଏବଂ ୧୫ଟି ଯେଉଁ ଆଞ୍ଚଳିକ ଦଳ ଅଛି ସେମାନଙ୍କୁ ବିଜେଡିର ପ୍ରତିନିଧିମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯାଇ ଭେଟିବେ । ଯେଉଁ କଥା ନବୀନ ପଟ୍ଟନାୟକ ଉଠାଇଛନ୍ତି ସେ ବିଷୟ ଉପସ୍ଥାପନ କରିବେ । ଏଣୁ ଭାରତ ବର୍ଷର ସବୁ ଦଳ ସର୍ମଥନ କଲେ ଓଡିଶାର ମୁଖ୍ୟମନ୍ତ୍ରୀ ଯେଉଁ କଥା ଉଠାଇଛନ୍ତି ସେଥିରେ ଯୁଗନ୍ତକାରୀ ପରିବର୍ତ୍ତନ ଆସିବ । ସମାଜର ଅଧା ହେଉଛନ୍ତି ମହିଳା, ସେମାନଙ୍କୁ ଏକ ତୃତୀୟାଂଶ ସ୍ଥାନ ଦେଲେ ସେମାନେ ପ୍ରତିନିଧିତ୍ୱ କରିପାରିବେ ।

Loading...

LEAVE A REPLY

Please enter your comment!
Please enter your name here