କ ନ ର୍ । ଟ କ ଚିMାବଲ୍ଲାପୁର ଜିଲ୍ଲାର ଜଣେ କୃଷି ଶ୍ରମିକ ନିଜ ୩ ମାସର ଝିଅକୁ ଜଣେ ନିଃସନ୍ତାନ ଦମ୍ପତିକୁ ଲକ୍ଷେ ଟଙ୍କାରେ ବିକି ଦେଇଛି । ଝିଅକୁ ବିକ୍ରି କରିବା ପରେ ୫୦,୦୦୦ ଟଙ୍କାର ମୋଟରସାଇକେଲ ଓ ୧୫,୦୦୦ ଟଙ୍କାର ମୋବାଇଲ ଫୋନ୍‌ କିଣିଛି । ଏକଥା ଜଣାପଡ଼ିବାରୁ ପଡୋଶୀମାନେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିକଟରେ ଅଭିଯୋଗ କଲେ । ବିଭାଗୀୟ ଅଧିକାରୀ ତିନକଳ ଗ୍ରାମକୁ ଯାଇ ଶିଶୁର ମା’ ସମେତ କିଛି ଲୋକଙ୍କୁ ପଚରାଉଚରା କରିବା ପରେ ଶିଶୁ କନ୍ୟାକୁ ଉଦ୍ଧାର କରି ଆଡ«ନ୍‌ ସେଣ୍ଟରରେ ଛାଡ଼ିଛନ୍ତି । ପୋଲିସ ଶିଶୁର ମା’କୁ ଗିରଫ କରିଥିବାବେଳେ ବାପା ଫେରାର ଅଛି । ସ୍ୱାମୀର ଭୟରେ ସେ ପିଲା ବିକ୍ରି କରିବାକୁ ରାଜି ହୋଇଥିବା ସଫେଇ ଦେଇ ଶିଶୁକୁ ଫେରାଇଦେବା ପାଇଁ ମା’ ନିବେଦନ କରିଛି ।

LEAVE A REPLY

Please enter your comment!
Please enter your name here