ଭୁବନେଶ୍ୱର: ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପାଖା ପାଖି ୨ ଘଣ୍ଟା ଧରି ଚାଲିବାକୁଥିବା ଉଦଘାଟନୀ ଉସିବର ମୁଖ୍ୟ ଆକର୍ଷଣ ହେବ ଆର୍ଥ ସଙ୍ଗ । ଅଭିନୟ ଭିତ୍ତିକ ଏହି କାର୍ଯ୍ୟକ୍ରମରେ କଳା, ସଂସ୍କୃତି ଛୁଙ୍କ ଦେଖିବାକୁ ମିଳିବ । ବିିଶିଷ୍ଟ ଲେଖିକା ନିପୂର ମହାଜନ ଆର୍ଥ ସଙ୍ଗ ସ୍ପ୍ରିପଫ ଲେଖିଛନ୍ତି । ବିଶିଷ୍ଟ କୋରିଓଗ୍ରାଫର ଅରୁଣା ମହାନ୍ତି ଓ ଶ୍ୟାମକ ଡାବର ପଶ୍ଚିମାଞ୍ଚଳ ସଂସ୍କୃତିର ଅବଲମ୍ବନ କରିବେ । ପାଶ୍ଚାତ୍ୟ ଓ ଭାରତୀୟ ସଂସ୍କୃତିର ମିଳନ ସପ୍ତମାତୃକା ଓ ୭ ଜଣ ଦେବୀ’ଙ୍କ ଥିଓରି’କୁ ନେଇ ଆଧାରିତ ହୋଇଛି । ନୃତ୍ୟ ମାଧ୍ୟମରେ ସପ୍ତମାତୃକା’ର ବର୍ଣ୍ଣନା ମଞ୍ଚର ମହନୀୟତା ବଢ଼ାଇବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ, ମୋହିନୀଅଟଙ୍ଗ, ଭାରତନାଟ୍ୟମ୍‌, ଶାସ୍ତ୍ରୀୟ, କଥବ, ଉଚିପୁଡିର ସମିଶ୍ରଣ ସାଙ୍ଗକୁ ପାଶ୍ଚାତ୍ୟ ନୃତ୍ୟ ବଲିଟ୍‌, ସାମ୍ବା, ଜାଜ୍‌, ଆଫ୍ରୋ, ବାଲିନ୍‌ସେ, କାପିଓ ଏରା ଏବଂ କଣ୍ଟେମ୍ପରାରି ନୃତ୍ୟ ପରିବେଷଣ କରାଯିବ । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନୃତ୍ୟରେ ଆଧାରିତ ବୋଲି ନୂପୁର ମହାଜନ ସୂଚନା ଦେଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here