କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ୨ଟି ପୈାରାଂଚଳ ଓ ୯ଟି ବ୍ଲକରେ ଥିବା ସଗଂରୋଧ ଶିବିର ରୁ ୧୨ ହଜାର ୬୬୦ ପ୍ରବାସୀ ୧୪ ଦିନ ଧରି ସଗଂରୋଧ ରେ ରହିବା ପରେ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ଏହି ପ୍ରବାସୀ ମାନେ ଅନ୍ୟ ଜିଲ୍ଲା ଓ ଅନ୍ୟ ପ୍ରଦେଶରୁ ତଥା ବିଦେଶରୁ ଜିଲ୍ଲାକୁ ଫେରିବା ପରେ ସଗଂରୋଧ ରେ ରହିଥିଲେ । ୧୪ ଦିନିଆ ସଗଂରୋଧ ଅବଧି ପୂରଣ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଜ ନିଜ ଘରକୁ ଯିବାପାଇଁ ଅନୁମତି ମିଳିଛି ।

ଏହି ପ୍ରବାସୀ ମାନେ କଲିକତା, ସୁରଟ, ହାଇଦ୍ରାବାଦ, ଚେନାଇ, କେରଳ, ଦିଲ୍ଲୀ ସମେତ ଦୁବାଇ, ସାଉଦିଆରବ ପ୍ରଭୃତି ଅଂଚଳରୁ ଆସି ସଂଗରୋଧ ରେ ରହିଥିଲେ । ଜିଲ୍ଲାର ୨ଟି ପୈାରାଂଚଳ ଓ ୨୪୯ ପଂଚାୟତ ରେ ୧୧୯୭ଟି ସଗଂରୋଧ ଶିବିର ଖୋଲା ଯାଇଥିଲା । ଏହି ସମସ୍ତ ପ୍ରବାସୀ ମାନଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ ରିପୋର୍ଟ ଆସିବା ପରେ ସଗଂରୋଧ ଶିବିର ରୁ ମୁକ୍ତ କରା ଯାଇଥିଲା ।

LEAVE A REPLY

Please enter your comment!
Please enter your name here