ପ୍ରନିତତ୍ତ୍ୱବିଦ୍‌ମାନେ ଚୀନ୍‌ରେ ସାଢ଼େ ୧୨ କୋଟି ବର୍ଷ ପୁରୁଣା ଡାଏନୋସର୍‌ ଜୀବାଶ୍ମ ସନ୍ଧାନ କରିଛନ୍ତି । ଏହାକୁ ଦେଖିଲେ ଲାଗିବ ଯେମିତି କେହି ଅଳ୍ପକିଛି ଦିନ ତଳେ ପୋତିଥିଲା । ଏହା ପୂରା ସୁରକ୍ଷିତ ଅବସ୍ଥାରେ ଅଛି । ଏହା ଏକ ନୂଆ ପ୍ରଜାତିର । ବୈଜ୍ଞାନିକମାନେ ଏହାକୁ ଆଗ୍ନେୟଗିରି ପାଖରୁ ଉଦ୍ଧାର କରିଥିବାରୁ ଆଗ୍ନେୟଗିରି ଉଦ୍‌ଗୀରଣରେ ଡାଏନସୋର୍‌ର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ଏହାର ନାମ ରଖାଯାଇଛି ‘ଚାଙ୍ଗମିଆନିଆ ଲାୟୋନିନ୍‌ଜେନସିସ୍‌’ । ଚୀନ୍‌ ଭାଷାରେ ଚାଙ୍ଗମିଆନ୍‌ର ଅର୍ଥ ସବୁବେଳେ ନିଦ ।

LEAVE A REPLY

Please enter your comment!
Please enter your name here