ଆମେରିକାର ମିଶିଗନ୍‌ରେ ରହୁଥିବା ଜଣେ ମହିଳା ଘରର ମେଲ୍‌ବକ୍ସରେ ରଖାହୋଇଥିବା ପୋଷ୍ଟକାର୍ଡକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର କାରଣ ପୋଷ୍ଟକାର୍ଡକୁ ୧୦୦ ବର୍ଷ ପୂର୍ବେ ଅର୍ଥାତ ୧୯୨୦ରେ ମେଲ୍‌ କରାଯାଇଥିଲା । ବ୍ରିଟେନୀ କିଚ୍‌ ନାମ୍ନୀ ମହିଳା ଫେସ୍‌ବୁକ୍‌ରେ ପୋଷ୍ଟକାର୍ଡର କିଛି ଫଟୋ ସେୟାର କରି ତାହାକୁ ନିର୍ଦ୍ଦିଷ୍ଟ ପ୍ରାପକଙ୍କ ନିକଟରେ ପହଞ୍ଚାଇବା ପାଇଁ ସାହାଯ୍ୟ ମାଗିଛନ୍ତି । କାର୍ଡରେ ଝାଡ଼ୁ ଧରିଥିବା କଳା ରଙ୍ଗର ବିଲେଇ ଫଟୋ ଅଛି । ଏଥିସହ ଏକ ପେଚା ଓ ମହିଳାଙ୍କ ଫଟୋ ଦେଖିବାକୁ ମିଳିଛି । ଏହି ପୋଷ୍ଟକାର୍ଡରେ ବ୍ରିଟେନୀଙ୍କ ଘର ଆଡ୍ରେସ୍‌ ଥିଲା ଓ ଏହା କୌଣସି ରୟ ମକକ୍ୱିନ୍‌ ନାମକ ବ୍ୟକ୍ତିଙ୍କୁ ଲେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here