ଭୁବନେଶ୍ୱର, ୧୧ ସେପ୍ଟେମ୍ବର – ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଅର୍ଥାତ୍ ରବିବାର ଦିନ ୟୁନିଟ୍‌-୧ ମାର୍କେଟ୍ ବନ୍ଦ ରହିବ । ସେହି ଦିନ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଅନୁଷ୍ଠିତ ହେବାକୁ ଥିବା ବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଭିଡ଼କୁ ନିୟନ୍ତ୍ରଣ କରିବାର ପଦକ୍ଷେପ ଭାବରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ୟୁନିଟ୍‌-୧ ମାର୍କେଟ୍ ବନ୍ଦ କରିବାକୁ ନିର୍ଦେଶ ଦେଇଛି ।  ବିଭିନ୍ନ ବିକ୍ରେତା ସଙ୍ଗଠନର ସଭାପତିଙ୍କୁ ଲେଖିଥିବା ଚିଠିରେ ବିଏମସି କହିଛି ଯେ କୋଭିଡ-୧୯ ମହାମାରୀ ମଧ୍ୟରେ ୟୁନିଟ୍‌-୧ରେ ଥିବା ମଦର ପବ୍ଲିକ୍ ସ୍କୁଲରେ ଏକ ନିଟ୍ ପରୀକ୍ଷା କେନ୍ଦ୍ର ହୋଇଥିବା ହେତୁ ସତର୍କତାମୂଳକ ସେପ୍ଟେମ୍ବର ୧୩ ତାରିଖରେ ୟୁନିଟ୍‌-୧ ମାର୍କେଟ୍ ବନ୍ଦ ରହିବ । ବିଏମସି ପକ୍ଷରୁ ୟୁନିଟ୍‌-୧ ମାର୍କେଟର ସମସ୍ତ ସଦସ୍ୟଙ୍କୁ କଡ଼ାକଡ଼ି ଭାବରେ ଉକ୍ତ ନିର୍ଦେଶକୁ ପାଳନ କରିବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରର ୩୧ ଟି କେନ୍ଦ୍ରରେ ପୂର୍ବାହ୍ନ୧୧ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ୧୫ହଜାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

LEAVE A REPLY

Please enter your comment!
Please enter your name here